Home Breaking News / ତାଜା ଖବର ନାବାଳିକା ମାଗୁଛି ନ୍ୟାୟ

ନାବାଳିକା ମାଗୁଛି ନ୍ୟାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ଉମରକୋଟ ଗୁଲିପାଟଣାର ଜଣେ ନାବାଳିକାକୁ ଉମରକୋଟ ଡି ଏନ୍ କେର ସାବାଳକ ପୁଅ ରାଜୁ ସିଂ ହରିଜନ ଅପହରଣ କରିଥିବା ନେଇ ମାମଲା ରୁଜୁ ହୋଇଥିଲା ଉମରକୋଟ ଥାନାରେ ମାମଲାକୁ ଭିତ୍ତି କରି ଉମରକୋଟ ଥାନା ଅଧିକାରୀ ଅଭିଯୁକ୍ତକୁ ଜେଲ ପଠାଇ ନାବାଳିକାକୁ ପଠାଇଥିଲେ ଡାବୁଗାଁରେ ଥିବା ସୂଧାର ଗୃହକୁ।

ଏଣେ ଅଭିଯୁକ୍ତ ରାଜୁ ଓ ତା ପରିବାର ,ରାଜୁ ଜେଲରୁ ଫେରିବା ପରେ ପିଛା ଛାଡୁନାହାନ୍ତି ନାବାଳିକାର। ଦୁଇ ଜଣ ଅନ୍ୟ ଅନ୍ୟ ଜାତିର ହୋଇଥିବାରୁ ବଢିଯାଇଛି ସମସ୍ୟା।କୋମଳମତୀ ବାଳକ ବାଳିକା ଏପରି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଦୁଇଜଣଙ୍କ ମଧ୍ୟରେ ଦୁରତ୍ଵର୍ ଆବଷ୍ୟକତା ଅତ୍ୟନ୍ତ ଜରୁରୀ ହୋଇଥାଏ।ନାବାଳିକାଙ୍କ ପ୍ରରିବାର ରେ ବଢି ଯାଇଛି ଚିନ୍ତା।ଅଭାବ ଯୋଗୁଁ ନାବାଳିକା ର ବାପା ଦାଦନ ଖଟିବାକୁ ଯାଏ ବାହାର ରାଜ୍ୟକୁ।

ଏଠାରେ ପ୍ରକାଶ ଥାଉକି,ଅଭିଯୁକ୍ତ ରାଜୁର ଵନ୍ଧୁ ବାନ୍ଧବ ଡାବୁଗାଁ ରେ ରହିଥିବା ଅଭିଯୋଗ ଆଣିଛନ୍ତି ପିଡିତାଙ୍କ ପରିବାର। ଦୁଃଖର କଥା ସୁଧାର ଗୃହର ବାହାର ଗେଟ୍ ରେ ତାଲା ସବୁସମୟରେ ପଡୁ ଥିଲେହେଁ ଗେଟ୍ ର ଅଧା ଗ୍ରୀଲ ଥିଵାରୁ ଭିତରର ଲୋକଙ୍କୁ ବାହାରର ଲୋକେ ଦେଖି ପାରୁଥିବାରୁ ସୁଧାର ଗୃହର ସୁରକ୍ଷା ଦିଗରେ ପ୍ରସ୍ନବାଚୀ ସୃଷ୍ଟିକରୁଛି।ନାବାଳିକାଙ୍କୁ ଦେଖା ଚାହାଁଣି କରାଇବା ଯୋଗୁଁ ତାଙ୍କ ମନରେ ସୁଧାର ଆସିବ ଅବା କେମିତି?

ରାଜୁର ପରିବାର ଡାବୁଗା ଆସି ତାଙ୍କ ବନ୍ଧୁ ଲୋକଙ୍କ ସହ ଗ୍ରୀଲ ଫାଙ୍କରେ ଦେଖା ସାକ୍ଷାତ ହେଉଥିବା ଅଭିଯୋଗ କରିଛନ୍ତି ମଧ୍ୟ।ଏଣୁ ଉକ୍ତ ନାଵାଳିକାକୁ ଡାବୁଗାଁ ସୂଧାର ଗୂହରୁ ଦୂରଯାଗାରେ ଥିବା ସୂଧାର ଗୂହ କୁ ସ୍ତାନାନ୍ତର କରାଗଲେ ନାବାଳିକାର ଭବିଷ୍ଯତ ସରସ ସୁନ୍ଦର ହେଵା ସହ ପରିବାରରେ ହସ ଖେଳିବ ଓ ସୁଧାର ଗୃହର ଆବଶ୍ଯକତା ର ସାର୍ଥକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।ଏଣୁ ପ୍ରଶାସନପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଗଲେ ନାବାଳିକା ସଵୁ ଦିଗରୁ ସୁରକ୍ଷା ପାଇ ତା ଜୀଵନର ମୋଡ ଵଦଳାଇ ପରିବାରର ସଂମ୍ମାନ କୁ ବଜାୟ ରଖିପାରିବ ଏଥିରେ ସନ୍ଦେହ ର୍ ଅବକାଶ ନାହିଁ।

related posts

Leave a Comment