Home Breaking News / ତାଜା ଖବର ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର

ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚନ୍ଦାହାଣ୍ଡି(ବଂଶିଧର ସାଗର): ନବରଂଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକ୍ ରେ 12 ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ। ଏହି ବୈଠକରେ ସର୍ବପ୍ରଥମେ ପାଟଖଳିଆ ଗ୍ରାମର ସରାଦି ପାର୍ଟି ବୋଲି ଜଣେ ଭିନ୍ନକ୍ଷମ୍ ଙ୍କୁ ହୁଇଲ ଚେୟାର ପ୍ରଦାନ ଓ ପେନସନ ସୁବିଧା କରାଯିବ ବୋଲି ବ୍ଲକ୍ ପ୍ରଶାସକ କହିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାଵରେ ଝରିଗାଁ ବିଧାୟକ ଇ. ପ୍ରକାଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବରେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାଵରେ ଜିଲ୍ଲା ପରିଷଦ ଜୋନ- ୧ ଶ୍ୟାମସୁନ୍ଦର ମାଝୀ ଜୋନ୍ -୨ ସୌରେନ୍ଦ୍ର କୁମାର ସୋରୀ, ବ୍ଲକ ଉପାଧ୍ୟକ୍ଷା ସୁଭଦ୍ରା ସିନ୍ନା , ବି ଡି ଓ ଧର୍ମରାଜ ମାଝୀ , ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀ ସାହୁ, ପାଟଖଳିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ହର ପୂଜାରୀ,ଓ ସମିତିସଭ୍ୟ ଶ୍ରୀ ତ୍ରିନାଥ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ।

ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକ ଙ୍କ ସଭାପତିତ୍ବ ରେ ବ୍ଲକ ସଭାଗୃହ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସରଧାପୁର ପି ଇ ଓ ବିଜୟ କୁମାର ଵେହେରା ସମସ୍ତ ଯୋଯନା ରେ ଖର୍ଚ୍ଚ ହୋଇଥିବା ଏବଂ ଖର୍ଚ୍ଚ ହେଵାକୁ ଥିବା ବିବରଣୀ ପାଠ କରିଥିଲେ। ବି ଡି ଓ ଧର୍ମରାଜ ମାଝୀ S F C ଗ୍ରାଣ୍ଡ ରୁ ୯୩ ଲକ୍ଷ ୩୮ ହଜାର ଟଙ୍କା ଏବଂ C F C ଗ୍ରାଣ୍ଡ ରୁ ୫୬ ଲକ୍ଷ ୫୩ ହଜାର ୭୪୩ ଟଙ୍କା ରହିଛି ବୋଲି ସୁଚନା ଦେଵାସହ ଏହାର ୫୦% ଚନ୍ଦାହାଣ୍ଡି ଅଞ୍ଚଳରେ ଥିବା ୧୭ ଟି ହାଇସ୍କୁଲ ର ମରାମତି, ରୋଷେଇ ଗୃହ ସାଇକେଲ ଷ୍ଟାଣ୍ଡ ନିର୍ମାଣ ପାଇଁ ଖର୍ଚ୍ଚ କରାଜିବା ସହ ଏଠାରେ ଥିବା ଗୋଷ୍ଠୀ ସ୍ବସ୍ଥ୍ଯ କେନ୍ଦ୍ର ଏବଂ ପ୍ରାଥମିକ ସ୍ବସ୍ଥ୍ଯ କେନ୍ଦ୍ର ମାନଙ୍କରେ ପାନୀୟ ଜଳ, ଆଲୋକିକରଣ, ପାଇଖାନା ବ୍ଯବସ୍ଥା ପାଇଁ ଖର୍ଚ୍ଚ କରାଜିବା ପାଇଁ ଜନ ପ୍ରତିନିଧି ମାନଙ୍କ ମତାମତ ମାଗିଥିଲେ ।ଏଥିରେ ସମସ୍ତ ଜନପ୍ରତିନିଧି ସହମତି ଦେଇଥିଲେ।

ଜଙ୍ଗଲ ଜାତ ଦ୍ରବ୍ୟ ର ଦର ଧାର୍ଯ୍ୟ ପାଇଁ ବୈଠକରେ ଉପସ୍ଥାପନ କରିବାରୁ ଜଙ୍ଗଲ ଜାତ ଦ୍ରବ୍ୟ ତେନ୍ତୁଳି କୁ ସରକାରୀ ଦର ୩୧ ରୁ ୫୪ ଟଙ୍କା ଥିବା ଵେଳେ ଦଳାଲ ମାନେ ଶସ୍ତା ରେ କିଣି ଲୋକଙ୍କୁ ଠକୁଛନ୍ତି ଏହା କେଉ ଅଧିକାରୀ ତଦନ୍ତ କରିଵ ଏବଂ ଏହାର କାର୍ଯ୍ଯନୁଷ୍ଠାନ ନେଵ ଵୋଲି ଜନପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ। ଏଠାରେ ପଲ୍ଲୀ ସଭାରେ ଅନୁମୋଦିତ ନ ହୋଇ କି ଲକ୍ଷ ଲକ୍ଷ ଟଙ୍କା ର କାମ କନିଷ୍ଠ ଯନ୍ତ୍ରୀ ମାନଙ୍କ ଦ୍ବାରା ହେଉଛି । ଏବାଵଦ ରେ ଜନପ୍ରତିନିଧି ମାନେ ବିନ୍ଦୁ ବିସର୍ଗ ବି ଜାଣି ପାରୁ ନାହାନ୍ତି , ଏହାର କାରଣ କଣ ବୋଲି ସେମାନେ ପାଟିତୁଣ୍ଡ କରିବା ସହ କେଉକାରଣ ପାଇଁ ଭାରପ୍ରାପ୍ତ ଏ ପି ଓ ଝିଲ୍ଳୀ ଅଗସ୍ତୀ ଅଫିସର ଚାବି କାହାକୁ ନ ଦେଇ ଛୁଟିରେ ରହିଛନ୍ତି ଵୋଲି ସେମାନେ ବି ଡି ଓ କୁ ପ୍ରଶ୍ନ କରିଥିଲେ।

ଆଗାମୀ ଦିନରେ ଏ ପରି ବିନା ପଲ୍ଲୀ ସଭାର କାର୍ଯ୍ୟ କୁ ନାକଚ କରାଜିବ ଏବଂ ଖୁବଶୀଘ୍ର ଏଠାରେ ଏ ପି ଓ ଆଣିବାର ବ୍ଯବସ୍ଥା କରାଜିବ ଵୋଲି ବି ଡି ଓ ଏବଂ ସାଂସଦ ପ୍ରତିନିଧି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ବରୋଦା ବ୍ୟାଙ୍କ୍ ତରଫରୁ ବିଶୁଦ୍ଧ ପାନୀୟ ଜଳ ପିଇବା ପାଇଁ (R O) ମେସିନ ପ୍ରଦାନ କରିଥିଲେ । ବ୍ଲକ ପ୍ରଶାସନକୁ ଝରିଗା ଵିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ତାହା ମଧ୍ୟ ଉଦ୍ଘାଟନ କରିଥିଲେ।

related posts

Leave a Comment