Home Breaking News / ତାଜା ଖବର ସବୁଜ ଵଳୟ ସୃଷ୍ଟି ଲକ୍ଷ୍ୟରେ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ଉଦ୍ୟମ

ସବୁଜ ଵଳୟ ସୃଷ୍ଟି ଲକ୍ଷ୍ୟରେ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ଉଦ୍ୟମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସରକାର ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ଉପର ଗୁରୁତ୍ଵ ଦେଇ କୋଟି କୋଟି ଟଙ୍କା ଅର୍ଥ ଅନ୍ତଦାନ ଦେଉଛନ୍ତି। ଫଳରେ ଫୁଲବାଣୀ ବନଖଣ୍ଡ ଅଧିନସ୍ତ ଫୁଲବାଣୀ ବନବିଦ୍ଭାଗ ରେଞ୍ଜ ପକ୍ଷରୁ ରେଞ୍ଜ ଅଫିସର ସଚ୍ଚିଦାନନ୍ଦ ସେଠୀଙ୍କ ନିଷ୍ଠାପର ଉଦ୍ୟମରେ ସବୁଜବଳୟ ସୃଷ୍ଟି କରିବାରେ ବିଭାଗ ସଫଳ ହୋଇଛି। ଚଳିତବର୍ଷ ରେଂଜପକ୍ଷରୁ ୨୦ କିମି ରାସ୍ତା ଏଭନୟୂ ପ୍ଲାନ୍‌ ଟେସନ କରାଯାଇଛି।

ଚଳିତବର୍ଷ କବରରୁ ଘୋଡା ପଥର ୮ କିମି.ପାଲଚିରୁ ଗାଡ଼ି ପଦର୬ କିମି.ଓ ଲଣ୍ଡା ବାଡିରୁ ରଙ୍ଗମାଟିଆ ୦୬ କିମି ରାସ୍ତା କଡରେ ବୃକ୍ଷରୋପଣ କର। ଯାଇଥିବା 6 ରଂଜ ଅଫିସର ସଚ୍ଚିଦାନନ୍ଦ ସେଠୀ କହିଛନ୍ତି। ସେହିପରି ଚଳିତବର୍ଷ ରେଜ ପକ୍ଷରୁ ବିଭିନ୍ନ ସ୍ଥାନରେ ୫ଲକ୍ଷ ୮୧ହଜାର ବୃକ୍ଷ ଚାରା ସୃଷ୍ଟି କରିବା ସହ ୧ ଲକ୍ଷ ୮୯ ହଜାର ୯୦୦ କୃକ୍ଷ ଚାରା ଲୋକଙ୍କୁ ବଣ୍ଟାଯାଇଛି। ୨ ଲକ୍ଷ ୧୬ ହଜାର ଚାରା ବିଭିନ୍ନ ସ୍ଥାନରେ ରୋପଣ କରାଯାଇ ସବୁଜ ବଳୟ ସୃଷ୍ଟି କରାଯାଇଥିବା କଥା ଶ୍ରୀ ସେଠି କହିଛନ୍ତି। କେବଳ ସେତିକି ନୁହେଁ ଜଙ୍ଗଲ ଓ ପରିବେଶ ସୁରକ୍ଷାକରିବା ସହ ଜଙ୍ଗଲକୁ ନିଆଁ ଦ।ଉରୁ ରକ୍ଷାକରିବା ଲାଗି ମଧ୍ୟ ବନ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିବା ସେ କହିଛନ୍ତି।

related posts

Leave a Comment