Home Breaking News / ତାଜା ଖବର ୬୧ କିଲୋ ଗଞ୍ଜେଇ ଜବତ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୋରଡା(ଅଭିନାଶ ମହାନ୍ତି): ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମାନନ୍ଦପୁର ଠାରେ ୬୧ କିଲୋ ଗଞ୍ଜେଇ ଜବତ। ରବିନ୍ଦ୍ର କୁମାର ଦେଙ୍କ ଘରେ ରହି ବିପୁଳ ପରିମାଣର ଗଞ୍ଜେଇ ରଖି ଚଳାଇ ଥିଲେ ବ୍ୟବସାୟ ଦୁଇ ଅଭିଯୁକ୍ତ ରାଫତକ୍ ଅଲି(୪୨) ଓ ମିହିର ବିଶ୍ୱାଳ(୨୦)।

କୌଣସି ସୂତ୍ରରୁ ଖବରପାଇ ବ୍ୟବସାୟୀଙ୍କ ବାସଭବନରେ ଅଚାନକ ଚଡାଉ କରିଥିଲା ରାସଗୋବିନ୍ଦପୁର ପୋଲିସ। ପୋଲିସ ପହଞ୍ଚିଲା ବେଳକୁ ଘର ସାମ୍ନାରେ ଏକ ବୋଲେରର ନମ୍ବର ପ୍ଲେଟ ବଦଳ କରୁଥିଲେ ଏହି ଦୁଇ ଅଭିଯୁକ୍ତ। ତେବେ ୬୧ କିଲୋ ଗଞ୍ଜେଇ ସହିତ ଏକ ବୋଲେର ଗାଡି ,ନଗଦ ୨୦ ହଜାର ଟଙ୍କା ସହିତ ତିନୋଟି ମୋବାଇଲ ଜବତ କରିଛି ପୋଲିସ । ପରେ ଘର ଭଡା ଦେଇଥିବା ଘର ମାଲିକ ରବିନ୍ଦ୍ର କୁମାର ଦେ ଙ୍କୁ ମଧ୍ୟ ପୋଲିସ ଆଣି ଅଟକ ରଖିଛି । ତେବେ ରବିନ୍ଦ୍ର କୁମାର ଦେ ରଫାକତ ଅଲ୍ଲୀ ଙ୍କୁ ଘରଭଡା ସୂତ୍ରରେ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି।ରଫାକତ ଅଲ୍ଲୀ ଘରଭଡା ନେଇ ଓ୍ବେଲଡିଂ ଦୋକାନ କରିଥିଲେ।

ତେବେ ବୋଲେର ର ଆଗ ପଟେ ଓଡିଶା ନମ୍ବର ଥିବା ବେଳେ ପଛପଟେ ବେଙ୍ଗଲ ନମ୍ବର ଥିବା ଦେଖାଯାଉଛି । ତେବେ ଗଞ୍ଜେଇ ର ଆନୁମାନିକ ଦାମ ପ୍ରାୟ ତିନି ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ତେବେ ଜବତ ହୋଇ ଥିବା ବୋଲେରୋ ରେ ଆଗରେ ଓଡିଆ ନମ୍ବର OR 01U 2181ନମ୍ବର ଥିବା ବେଳେ ଗାଡି ପଛରେ ଷ୍ଟିକରିଂ ନମ୍ବର WB 58T 4787 ଲେଖା ଅଛି।ଯାହାକି ଚୋରା କାରବାରରେ ଏହି ବୋଲେରୋ ବ୍ଯବହାର ହେଉଛି ବୋଲି ସ୍ପଷ୍ଟ ପ୍ରମାଣିତ କରୁଛି।

ତେବେ ଏହି ଅଞ୍ଚଳରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଚୋରାକାରବାର ର ଦୈରାତ୍ମ୍ଯ ବୃଦ୍ଧି ପାଉଥିବା ବେଳେ ଅଭିନବ ଉପାୟରେ ଗଞ୍ଜେଇ ଜବତ କରି ରାସ ଗୋବିନ୍ଦପୁର ପୋଲିସ ଉଦାହରଣ ସୃଷ୍ଟି କରିଛି। ତେବେ ଏହି ଚୋରା କାରବାରରେ ଆହୁରି ଲୋକଙ୍କ ସଂପୃକ୍ତି ଥିବା ଅନୁମାନ କରି ପୋଲିସ ଅଧିକ ତଦନ୍ତ ଚଳାଇଛି । ତେବେ ଏ ଏନେଇ ରାସଗୋବିନ୍ଦପୁର ଆଇ ଆଇ ସି ଲୋପାମୁନ୍ଦା ନାୟକ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସୁନ୍ଧା ସେ କେମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ ।

related posts

Leave a Comment