Home Breaking News / ତାଜା ଖବର ଦାଉ ସାଧିଲା ରୋଗ ପୋକ

ଦାଉ ସାଧିଲା ରୋଗ ପୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ପତ୍ରପୋଡ଼ା ଓ ମଇଁସା ରୋଗରେ ବ୍ୟାପକ ଧାନ ଫସଲ ନଷ୍ଟ। ଏଭଲି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର କୃଷି ବିଭାଗ ଅଧିନ ନାନ୍ଦୋଳ, ଅଲିପୁର,ସୌରୀ, ଭାତପଡା, ଗଙ୍ଗାପୁର, ଜହାଙ୍ଗିରାବାଦ ,ଶାରଦା ଅଂଚଳର ଶହ ଶହ ଏକର ଚାଷ ଜମିରେ ପତ୍ରପୋଡ଼ା ଓ ମାଇଁସାଳ ରୋଗରେ ପ୍ୟାପକ ଧାନ ଫସଲ ନଷ୍ଟ ହେବା କୁ ବସିଲାଣି।ଚାଷୀକୁଳ ଏବେ ଚିନ୍ତରେ।ଧୀରେ ଧୀରେ ରୋଗ ବଢିବାକୁ ବସିଲାଣି।

ଯେତେ କୀଟନାଶକ ଔଷଧ ସେବନ କଲେ ବି ସୁଦ୍ଧା ରୋଗ ପୋକ କମିବାର ନାଆଁଧରୁନାହିଁ।ଚାଷୀ ଧାରକରଜ କରି କରିଥିବା ଧାନ ଚାଷ ଏବେ ଉଜୁଡିବାକୁ ବସିଲାଣି।ଆଗକୁ ଠିକରେ ଧାନ ଫସଲ ନହୁଏ ଚାଷୀ ତାର ପରିବାର ପ୍ରତିପୋଷଣ କରିବା କଷ୍ଟକର ବ୍ୟାପାର ହୋଇପଡିବ। ଔଷଧ ର ବ୍ୟବହାର ଚାଷୀ ଠିକରେ କରିପାରୁନାହାନ୍ତି ବୋଲି ବିଭାଗୀୟ ଅଧିକାରୀ ସଫେଇ ଦେଇଛନ୍ତି।

ଏ ହେଉଛି ସାଲେପୁର କୃଷି ବିଭାଗ ଅଧୀନରେ ଥିବା ଧାନ କ୍ଷେତ୍ରର ଦୃଶ୍ୟ।ନାନ୍ଦୋଳ, ସୌରୀ, ଗଙ୍ଗାପୁର, ଜହାଂଗିରାବାଦ, ଅଲିପୁର,ଶାରଦା ଅଂଚଳର ଶହ ଶହ ଏକର ଚାଷ ଜମି ରେ ପତ୍ରପୋଡ଼ା ଓ ମଇଁସାଳ ରୋଗ ପୋକ ଲାଗି ଧାନ ଫସଲ ନଷ୍ଟ ହେବା କୁ ବସିଲାଣି।ସବୁଜ ରଙ୍ଗରେ ଲହଡି ମାରୁଥିବା ଧାନ କ୍ଷେତ ଏହି ରୋଗରେ ଆକ୍ରାନ୍ତ ହୋଇ ନଷ୍ଟ ହେବା କୁ ବସିଲାଣି।ଏହି ରୋଗପୋକ କୁ ଦମନ ନ କଲେ ଆଗକୁ ସମ୍ପୂର୍ଣ୍ଣ ଧାନ ଫସଲ ନଷ୍ଟ ହେବା ଛଡା ଆଉ ବାଟ କିଛି ନାହିଁ।ଧାର କରଜ କରି କରିଥିବା ଚାଷ ଉଜୁଡିବାକୁ ବସିଲାଣି। ଚାଷୀ ତାର ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିବ।

ଫସଲ ନଷ୍ଟ କୁ ଦେଖି ଚାଷୀ ଏବେ ଚିନ୍ତରେ।ଧାରକରଜ ସାଙ୍ଗକୁ ସୋସାଇଟି ଋଣ ବୋଝ ଚାଷୀର ମେରୁଦଣ୍ଡ କୁଦୋହଲାଇଦେଇଛି।ଏଭଲି ପରିସ୍ଥିତି ରେ କିଭଳି ଋଣବୋଝ ପୈଠ କରିବେ ସେ ନେଇ ଚାଷୀ ଏବେ ଚିନ୍ତରେ।ପ୍ରଶାସନ ଋଣ ଛାଡ଼ ନକଲେ ଚାଷୀ ରାଜରାସ୍ତା କୁ ଓହ୍ଲାଇ ବା ପାଇଁ ଚେତାବନୀ ଦେଇଛି।ରୋଗ ପୋକ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ସହ ଚାଷୀ ଙ୍କୁ ୫୦%ରିହାତିରେ ଯୋଗାଇଦିଆଯାଉଥିବା କୃଷି ଅଧିକାରୀ କହିଛନ୍ତି।

ଏବେ କେବଳ ବାକି ରହିଲା ବିଭାଗୀୟ ଅଧିକାରୀ ରୋଗ ପୋକକୁ ନିୟନ୍ତ୍ରଣ କରିବାରେ କେତେ ହେଉଛନ୍ତି ସଫଳ ଆଉ ଚାଷୀଙ୍କୁ ମିଳିବ କ୍ଷତି ପୂରଣ।

related posts

Leave a Comment