Home Breaking News / ତାଜା ଖବର ଅସ୍ଥାୟୀ କୋଭିଡ୍ ସେଣ୍ଟରରୁ ଅନେକ ସାମଗ୍ରୀ ଚୋରି

ଅସ୍ଥାୟୀ କୋଭିଡ୍ ସେଣ୍ଟରରୁ ଅନେକ ସାମଗ୍ରୀ ଚୋରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): “ସରକାରୀ କା ମାଲ୍ ଦରିଆ ମେ ଡାଲ୍”। ଏବେ ବିଭିନ୍ନ ଅଞ୍ଚଳରେ କରୋନା ସମୟରେ ସରକାରଙ୍କ ପକ୍ଷରୁ ହୋଇଥିବା କୋଭିଡ୍ ସେଣ୍ଟର ବା ଅସ୍ଥାୟୀ କରୋନା ଚିକିତ୍ସା କେନ୍ଦ୍ରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଉ ସବୁଠୁ ବଡ଼ କଥା ହେଲା ଦାୟିତ୍ବରେ ଥିବା ସରପଞ୍ଚଙ୍କୁ ଦୋଷ ଦେଲେ ଗ୍ରାମବାସୀ।

ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଖୀର ଗ୍ରାମ ପଞ୍ଚାୟତରୁ। ଏହି ଗ୍ରାମ ପଞ୍ଚାୟତର ଦୁଇଟି କୋଭିଡ ଟିଏମସି ସେଣ୍ଟରରୁ ମଧ୍ୟରୁ ଗୋଟିକରୁ ପ୍ରବାସୀମାନଙ୍କ ପାଇଁ ସରକାର ଯୋଗାଇ ଦେଇଥିବା ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଇନଭଟର, ଆକ୍ବାଗାର୍ଡ ଚୋରି ହୋଇଥିବା ବେଳେ ଅନ୍ୟଟିରୁ ଷ୍ଟିକ୍ ଲାଇଟ ସମେତ ବହୁ ସାମଗ୍ରୀ ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଆଉ ପ୍ରବାସୀ ମାନଙ୍କ ପାଇଁ ସରକାର ଦେଇଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କେଉଁଆଡ଼େ ଗାଏବ ହୋଇଯିବା ପରେ ଗାଁ ଲୋକେ ଏହା ପଛରେ ଦାୟିତ୍ବରେ ଥୁବା ସରପଞ୍ଚଙ୍କ ପ୍ରତିନିଧି ଅର୍ଥାତ୍ ତାଙ୍କ ସ୍ବାମୀଙ୍କୁ ଦାୟି କରିଛନ୍ତି।

“ଚୋର କହୁଛି ଚୋର ପଳାଇଲା ଚୋରକୁ ଧର” ନୀତିରେ ସେ ଏସବୁ ସାମଗ୍ରୀକୁ କେଉଁ ଆଡେ ଗାଏବ କରିଦେଇ ଚୋରି ହୋଇଥିବା ମିଛରେ କହୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। “ରାତ୍ ଗୟେ ବାତ୍ ଗୟେ”ଭଳି ଯଦି ସରକାର ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନଅନ୍ତି ତେବେ, ଅସ୍ଥାୟୀ କୋଭିଡ୍ ସେଣ୍ଟର ରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରବାସୀ ଙ୍କ ପାଇଁ ଯୋଗାଇଥିବା ସାମଗ୍ରୀ ଏହିପରି ଭାବେ ଗାଏବ ହୋଇଯିବ। ତେବେ ଚୋରି ହୋଇଥିବା ନେଇ ନିଶ୍ଚିନ୍ତକୋଇଲି ଥାନାରେ ବିଧିବଦ୍ଧ ଭାବରେ ଲିଖିତ ଏତେଲା ସ୍ଥାନୀୟ ସରପଞ୍ଚ ଦେଇଛନ୍ତି। ଅନ୍ୟପଟେ ଏହି ଘଟଣା ନେଇ ଅଧିକ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ କହିଛନ୍ତି।

related posts

Leave a Comment