Home Breaking News / ତାଜା ଖବର ବାଇଡେନଙ୍କ ବିଜୟ ଭାଷଣ: ମୁଁ ସମସ୍ତ ଆମେରିକାବାସୀଙ୍କ ରାଷ୍ଟ୍ରପତି

ବାଇଡେନଙ୍କ ବିଜୟ ଭାଷଣ: ମୁଁ ସମସ୍ତ ଆମେରିକାବାସୀଙ୍କ ରାଷ୍ଟ୍ରପତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଡ ବିଜୟ ହାସଲ କରିବା ପରେ ଦେଶବାସୀଙ୍କୁ ପ୍ରଥମ ବିଜୟ ସଂବୋଧନ କରିଛନ୍ତି ଜୋ ବାଇଡେନ୍ । ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ତାଙ୍କୁ ଚୟନ କରିଥିବାରୁ ଦେଶର ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି । ବାଇଡେନ୍ କହିଛନ୍ତି , ହେ ମୋର ଆମେରିକାବାସୀ, ଦେଶ ଏବେ ଜବାବ ଦେଇଛି । ଆମକୁ ଏତେ ବଡ ବହୁମତ ଦେଇଥିବାରୁ ଧନ୍ୟବାଦ । ଏ ବିଜୟ ଲୋକଙ୍କର । ଦେଶର ରାଷ୍ଟ୍ରପତି ନିର୍ବାଚନରେ ୭୪ ମିଲିୟନ ଲୋକ ମତଦାନ କରି ରେକର୍ଡ କରିଛନ୍ତି । ଆମେରିକାବାସୀ ଏତେ ସଂଖ୍ୟାରେ ତାଙ୍କ ଉପରେ ପୁଣି ବିଶ୍ବାସ ଦେଖାଇବାରେ ସେ ଅଭିଭୂତ । ଏବେ ସେ ଆଗାମୀକାଲିର ଆମେରିକା ପାଇଁ କାମ କରିବେ । ଏବେ କ୍ଷତ ଭରିବାର ସମୟ । ଏବେ ସେ ଆମେରିକାର ଏପରି ରାଷ୍ଟ୍ରପତି ହେବେ ଯେ ଲୋକଙ୍କୁ ଭାଗ କରିବେନି, ଲୋକଙ୍କୁ ଯୋଡିବେ । ଆମେରିକାରେ ଥିବା ସମସ୍ତ ଜନତାଙ୍କ ସେ ରାଷ୍ଟ୍ରପତି । ପେନସିଲଭାନିଆରେ ୨୦ ଇଲେକ୍ଟରାଲ ଭୋଟ୍ ହାସଲ କରିବା ପରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନଙ୍କ ପାଇଁ ହ୍ବାଇଟହାଉସ ରାସ୍ତା ସଫା ହୋଇଯାଇଥିଲା । ରାଷ୍ଟ୍ରପତି ନିର୍ବାଚନରେ ବହୁମତ ୨୭୦ ରହିଥିବା ବେଳେ ବାଇଡେନ୍ ୨୯୦ ଇଲେକ୍ଟରାଲ ଭୋଟ୍ ହାସଲ କରି ସାରିଛନ୍ତି । ଆମେରିକାର ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ବାଇଡେନଙ୍କୁ ୨୯୦ ଏବଂ ଟ୍ରମ୍ପ ଙ୍କୁ ୨୧୪ ଇଲେକ୍ଟରାଲ୍ ଭୋଟ୍ ମିଳିଛି । ଶେଷ ଗଣନା ରିପୋର୍ଟ ଅନୁସାରେ ବାଇଡେନଙ୍କୁ ନାଭେଡା ଏବଂ ଜର୍ଜିଆର ଇଲେକ୍ଟରାଲ ଭୋଟ୍ ମିଳିଲେ ସଂଖ୍ୟା ୩୦୦ ଅତିକ୍ରମ କରିବ ।ବାଇଡେନଙ୍କ ବଡ ବିଜୟ ପରେ ଅପେକ୍ଷା କେବେ ବର୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ କ୍ଷମତା ଗ୍ରହଣ କରୁଛନ୍ତି । କାରଣ ଭୋଟରେ ହେରଫେର ଅଭିଯୋଗ ଆଣି କୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ନିକଟତମ ମହଲରୁ ସୂଚନା ଅନୁସାରେ ଟ୍ରମ୍ପ ତାଙ୍କ ଅବଧୀ ଆଗରୁ ଛାଡିବେନି କ୍ଷମତା ବୋଲି ନିଷ୍ପତି ନେଇଛନ୍ତି । ତାଙ୍କ ସମର୍ଥକଙ୍କ ଭିତରେ ଭରସା ବଞ୍ଚାଇରଖିଵାକୁ ଆଇନ ଗତ ଖେଳ ଖେଳିବେ ।

related posts

1 comment

Simanta keshari Mohanty November 8, 2020 - 1:36 pm

Respected for true news

Reply

Leave a Comment