Home Breaking News / ତାଜା ଖବର ଅର୍ଣ୍ଣବଙ୍କୁ ପଠାଗଲା ଜେଲକୁ

ଅର୍ଣ୍ଣବଙ୍କୁ ପଠାଗଲା ଜେଲକୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗଲେ ଜେଲ। ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇର ତଲୋଜା ଜେଲକୁ ରବିବାର ପଠାଇ ଦିଆଯାଇଛି। ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଅର୍ଣ୍ଣବଙ୍କୁ ଆଲିବାଗ କ୍ୱାରେଣ୍ଟାଇନ ସେଣ୍ଟରରେ ମଧ୍ୟ ରଖାଯାଇଥିଲା।

ସୂଚନା ଅନୁସାରେ, କଏଦୀମାନଙ୍କ ପାଇଁ ଅଲିବାଗ୍‌ ମୁନିସ୍‌ପାଲ୍‌ ସ୍କୁଲ୍‌ରେ ତିଆରି କରାଯାଇଥିବା ଏକ ଅସ୍ଥାୟୀ କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ ସେ ମୋବାଇଲ୍‌ ଫୋନ୍ ବ୍ୟବହାର କରିଥିଲେ। ସେପଟେ ରାୟଗଡ଼ କ୍ରାଇମ ବ୍ରାଞ୍ଚ୍‌ର ତଦନ୍ତକାରୀ ଅଧିକାରୀ ଜମିଲ୍‌‌ ଶେଖ୍‌ଙ୍କ କହିବା ଅନୁସାରେ, ବିଚାର ବିଭାଗୀୟ ହାଜତରେ ଥାଇ ଗୋସ୍ବାମୀ ଅନ୍ୟ ଜଣଙ୍କ ମୋବାଇଲ୍‌ ଫୋନ୍ ବ୍ୟବହାର କରିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ। ଗୋସ୍ବାମୀ କେମିତି ମୋବାଇଲ୍‌ ଫୋନ୍ ପାଇଲେ ଏବଂ କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ କିଏ ତାଙ୍କୁ ମୋବାଇଲ୍‌ ଫୋନ୍‌ ଯୋଗାଇ ଦେଲା? ଏହା ଜାଣିବାକୁ ମୁଁ ଅଲିବାଗ୍‌ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଇନ୍‌କ୍ବାରି ରିପୋର୍ଟ ମାଗିଛି।

related posts

Leave a Comment