Home Breaking News / ତାଜା ଖବର ଛତୁ ଚାଷ ତାଲିମ ଶିବିର

ଛତୁ ଚାଷ ତାଲିମ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ଚାରଗାଁ ଗ୍ରାମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ସଂସ୍ଥାନ ଆନୁକୁଲ୍ୟରେ ଡାବୁଗାଁ ବନ ବିଭାଗ ସହଯୋଗରେ ସ୍ଵୟ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ଛତୁ ଚାଷ ତାଲିମ ଶିବିର ଶନିବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଏଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ସଂସ୍ଥାନରୁ ପ୍ରଶିକ୍ଷକ ଭାବେ ରାଜକିଶୋର ପଟ୍ଟନାୟକ, ନିର୍ମଳ ମିଶ୍ର ଓ ସୁମନ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ଦେଉଛନ୍ତି। ଉକ୍ତ ତାଲିମ ଶିବିର ୧୦ ଦିନ ଧରି ଚାଲିବ। ଏଥିରେ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ବିକାଶ ସଂଗଠନ ସଭାପତି ଇଶ୍ଵର ପ୍ରସାଦ ସାବତ, ଧାମନାଗୁଡା ସରପଞ୍ଚ ସୁନାମଣି ମାଝୀ, ବନ ସୁରକ୍ଷା ସମିତି ସଭାପତି ସନସାଇ ମାଝୀ, ବନପାଳ ଲକ୍ଷ୍ମୀକାନ୍ତ ସାହୁ, ବନରକ୍ଷୀ ମନୋରଞ୍ଜନ ନାୟକ ଓ ପ୍ରକାଶ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଏସଏଚଜି ର ୨୫ ଜଣ ମହିଳା ତାଲିମ ନେଉଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନାର ଦଳପତି କୃପାଦାସ ମହୁରିଆ ଓ ଉନ୍ନୟନ ଅଧିକାରୀ ହରିହର ନାୟକ ପରିଚାଳନା କରିଥିଲେ।

related posts

Leave a Comment