Home Breaking News / ତାଜା ଖବର ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ

ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ନିଜ ସଂସଦୀୟ କ୍ଷେତ୍ର ମଧ୍ୟରେ ଝରୀଗାଁ ପଞ୍ଚାୟତକୁ ସର୍ବପ୍ରଥମେ ସାଂସଦ ଆଦର୍ଶ ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରି ଲୋକାଭିମୁଖୀ ପ୍ରକଳ୍ପଗୁଡିକ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରି ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ଗୁଡିକୁ ଶୁଭ ଉଦଘାଟନ ଓ ଶୁଭ ଭିତ୍ତି ପ୍ରସ୍ତର ଦେଇଛନ୍ତି।କୋଭିଡି କଟକଣା ନିୟମ ମାନି ସାମାଜିକ ଦୂରତ୍ୱ ରକ୍ଷା କରି ଝରୀଗାଁ ପଂଚାୟତ ସୀମିତି କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ବିଡ଼ିଓ ଦେବେନ୍ଦ୍ର ବହାଦୁର ସିଂଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ରମେଶ ମାଝୀ, ସମ୍ମାନିତ ଅତିଥି ଭାବେ ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପଢିଉଦକ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।ସାଂସଦ ରମେଶ ମାଝୀ ପ୍ରଥମେ ଝରୀଗାଁ ମାଟି ତଥା ସର୍ଵତଃପାରି ଝରୀଗାଁ ନିର୍ବାଚନ ମଣ୍ଡଳୀ ପ୍ରତି ନିଜର ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ସେହିପରି ଝରୀଗାଁ ନିର୍ବାଚନ ମଣ୍ଡଳୀ ର ଜନତାଙ୍କ ଭଲ ପାଇବା ଓ ଭରଷା ତାଙ୍କୁ ଓ ତାଙ୍କ ପରିବାରକୁ ସ୍ୱତନ୍ତ୍ର ପରିଚୟ ଦେଇଛି।

related posts

Leave a Comment