Home Breaking News / ତାଜା ଖବର ସରକାରୀ ସହାୟତା ଅପେକ୍ଷାରେ ରୋଗାକ୍ରାନ୍ତ ମେଘନାଦ

ସରକାରୀ ସହାୟତା ଅପେକ୍ଷାରେ ରୋଗାକ୍ରାନ୍ତ ମେଘନାଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ନୀତିନ ଚୌଧୁରୀ): ରାୟଗଡା ସହରର ୫ ନମ୍ବର ୱାର୍ଡ ହରିଜନ ସାହିରେ ରହନ୍ତି ଅନନ୍ତ ଶଗଡିଆ। ପେଶାରେ ଦିନ ମଜୁରୀଆ ଭାବେ ମୂଳ ଲାଗି ଚଳୁଥିବା ଅନନ୍ତଙ୍କ ବଡପୁଅ ମେଘନାଦ ଏବେ ଅଜଣା ରୋଗରେ ଶଯ୍ୟାଶାୟୀ। ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୧୦ ବର୍ଷ ହେଲାଣି ରୋଗ ଶଯ୍ୟାରେ ପଡି ଛଟପଟ ହେଉଛନ୍ତି। ଏକ ମାଂସ ପିଣ୍ଡୁଳା ହୋଇ ପଡି ରହିଛି ମେଘନାଦ। ପୁଅକୁ ଭଲ
କରିବା ପାଇଁ ସ୍ଥାନୀୟ ଡାକ୍ତରଖାନାରୁ ଆରମ୍ଭ କରି ବିଶାଖାପାଟଣା ଯାଏଁ ସବୁଠାକୁ ନେଇଥିଲେ, ହେଲେ ଅର୍ଥ ଅଭାବରୁ ଠିକ୍‍ ଭାବେ ଚିକିତ୍ସା ହୋଇ ନପାରିବାରୁ ଏବେ ହତାଶ ହୋଇ ପଡିଛନ୍ତି ପରିବାର ବର୍ଗ। ଅଭାବ ଅନାଟନରେ ଚଳୁଥିବା ପରିବାର ଏବେ ପୁଅର ଚିକିତ୍ସା ପାଇଁ ସରକାରଙ୍କ ସହାୟତା ଅପେକ୍ଷାରେ ରହିଛନ୍ତି।

ପିଲା ଦିନରୁ କିନ୍ତୁ ମେଘନାଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବେଶ୍‍ ଭଲ ଥିଲା।
ସେ ଭଲ ପାଠବି ପଢୁଥିଲା। ହେଲେ କିଛି ଦିନ ପରେ ଆରମ୍ଭ ହେଲା ରୋଗ ଚାଲିଲା ବେଳେ ତଳେ ପଡି ଯାଇ ଲହୁଲୁହାଣ ହେବାରୁ ପିତାମାତା ସ୍କୁଳକୁ ପଠାଇ ନଥିଲେ। ଯେତେ ସମ୍ବଳ ଥିଲା ସେଥିରେ ବାପମାଁ ପୁଅର ଚିକିତ୍ସା କରାଇଲେ, ହୋଇ ଅର୍ଥ ଅଭାବରୁ ପାରିଲେ ନାହିଁ। ଏବେ ସରକାରୀ ସହାୟତା ପାଇଲେ ପୁଅକୁ ବଡ ଡାକ୍ତରଖାନା ନେଇ ଚିକିତ୍ସା କରାଇ ପାରନ୍ତେ ବୋଲି କହିଛନ୍ତି ପିତାମାତା।

related posts

Leave a Comment