Home Breaking News / ତାଜା ଖବର ନଭେମ୍ବର ୩୦ ପର୍ଯ୍ୟନ୍ତ ମଣ୍ଡାସରୁ ପର୍ଯ୍ୟଟନ କେନ୍ଦ୍ର ବନ୍ଦ

ନଭେମ୍ବର ୩୦ ପର୍ଯ୍ୟନ୍ତ ମଣ୍ଡାସରୁ ପର୍ଯ୍ୟଟନ କେନ୍ଦ୍ର ବନ୍ଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ପର୍ଯ୍ୟଟନ କେନ୍ଦ୍ରଗୁଡିକ ବନ୍ଦ ରହିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡ ଲାଇନ ଜାରି କରା ଯାଇଛି। ଏଥିଯୋଗୁଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବା ସମସ୍ତ ପିକନିକ୍ ସ୍ଥାନ ଓ ପର୍ଯ୍ୟଟନ କେନ୍ଦ୍ରକୁ ବନ୍ଦ ରଖିବାକୁ ପାଇଁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି। ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ସାତ ମାସକାଳ ପର୍ଯ୍ୟଟନ କେନ୍ଦ୍ର ଗୁଡିକ ବନ୍ଦ ରହିଥିଲା। କରୋନା ପ୍ରବାହ ଆସ୍ତେ ଆସ୍ତେ କମିବା ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ପରେ ଅକ୍ଟୋବର ମାସରୁ ରାଇ କିଆ ବ୍ଲକ୍ ଅନ୍ତର୍ଗତ ଗୁମାମାହା ପଞ୍ଚାୟତ ମଣ୍ଡାସରୁ ଇକୋ ଟୁରିଜିମ୍ ସେଣ୍ଟର୍ ପୁଣି ଖୋଲିଥିବା ବେଳେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। କିନ୍ତୁ ପୁଣି କରୋନା ସଂକ୍ରମଣ ଦୂତୀୟ ପର୍ଯ୍ୟାୟରେ ପୁନର୍ବାର ଡିସେମ୍ବର ମାସରେ ଫେରିବା ନେଇ ସରକାର ତତ୍ପର ହୋଇ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପିକନିକ୍ ଓ ପର୍ଯ୍ୟଟନ କେନ୍ଦ୍ରଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଯୋଗୁଁ ମଣ୍ଡାସରୁ ପର୍ଯ୍ୟଟନ କେନ୍ଦ୍ରର କର୍ମଚାରୀ ମୁଖ୍ୟ ଫାଟକରେ ତାଲା ଦେଇ ଏକ ସାଇନ୍ ବୋର୍ଡରେ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ନେଇ ଏକ ସାଇନ୍ ବୋର୍ଡ ଟାଙ୍ଗୀ ଦିଆଯାଇଛି। ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ପରେ ଏହି କେନ୍ଦ୍ର ଖୋଲା ଯିବବୋଲି ସୂଚନା ଦିଆଯାଇଛି।

related posts

Leave a Comment