Home Breaking News / ତାଜା ଖବର ବିଜୟ ଆଡକୁ ବାଇଡେନ: ସରକାରୀ ଘୋଷଣାକୁ ଅପେକ୍ଷା

ବିଜୟ ଆଡକୁ ବାଇଡେନ: ସରକାରୀ ଘୋଷଣାକୁ ଅପେକ୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ୱାଶିଂଟନ: ପୁରା ବିଶ୍ବର ନଜର ରହିଛି କିଏ ହେବ ଆମେରିକା ରାଷ୍ଟ୍ରପତି। ଏବେ ଏହି ରେସରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜ ବାଇଡେନ୍ ବିଜୟର ନିକଟତର ହୋଇସାରିଛନ୍ତି। ଏବେ ବି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣନା ଜାରି ରହିଛି। ଆମେରିକାର ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ବାଇଡେନଙ୍କୁ ୨୬୪ ଏବଂ ଟ୍ରମ୍ପ ଙ୍କୁ ୨୧୪ ଇଲେକ୍ଟରାଲ୍ ଭୋଟ୍ ମିଳିଛି। ଶେଷ ଗଣନା ରିପୋର୍ଟ ଅନୁସାରେ ବାଇଡେନଙ୍କୁ ହ୍ବାଇଟହାଉସ ଯିବାକୁ ଆଉ ୬ଭୋଟ୍ ଆବଶ୍ୟକ। ଏହି ହିସାବରେ ଟ୍ରମ୍ପଙ୍କୁ ୫୬ ଭୋଟ୍ ଦରକାର। ପେନସିଲଭାନିଆ, ନାଭେଡା ଏବଂ ଜର୍ଜିଆରେ ବାଇଡେନଙ୍କୁ ବହୁମତ ମିଳିସାରିଛି। ଜର୍ଜିଆରେ ୧୬, ପେନସିଲଭାନିଆରେ ୨୦ ଇଲେକ୍ଟରାଲ ଭୋଟ୍ ବାଇଡେନଙ୍କୁ ମିଳିଲେ ବାଇଡେନଙ୍କୁ ସ୍ପଷ୍ଟ ବହୁମତ ମିଳିଯିବ। ଆଜି ବାଇଡେନ୍ ମଧ୍ୟ ବିଜୟ ନେଇ ବଡ ବିଜୟ ନେଇ ଘୋଷଣା କରିବା ସହ ସମର୍ଥକଙ୍କୁ ଧୈ।ର୍ଯ୍ୟ ରଖିବାକୁ ନିବେଦନ କରିଛନ୍ତି। ଆମେରିକାରେ ରାର୍ଷ୍ଟ୍ରପତି ପଦ ପାଇଁ ୨୭୦ ସଂଖ୍ୟା ଆବଶ୍ୟକ। ଏହାର ନିକଟତର ହୋଇସାରିଥିବାରୁ ବାଇଡେନଙ୍କ ବିଜୟ କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି। ସେପଟେ ଟ୍ରମ୍ପ ନିଜ ବିଜୟ ନେଇ ଟୁଇଟ୍ କରିଛନ୍ତି। ଏହା ସହ ଭୋଟିଂରେ ଗଡବଡ ନେଇ ଅଭି଼ଯୋଗ ଆଣିଛନ୍ତି।

related posts

Leave a Comment