Home Breaking News / ତାଜା ଖବର ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ରୋଧପୁର କଲେଜ ରୋଡ ଭଡା ଘରୁ ସାଲେପୁର କଲେଜର ମହିଳା କର୍ମଚାରୀ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।ମୃତ ମହିଳା ଜଣକ ହେଲେ ଜୟଶ୍ରୀ ବିଶ୍ୱାଳ।ସେ ସାଲେପୁର କଲେଜର ଜୁନିୟର କିରାଣୀ ଭାବେ କାମ କରନ୍ତି। ଦୀର୍ଘ ଦିନ ହେବ ରୋଧପୁର କଲେଜ ରୋଡରେ ଭଡା ଘରେ ରହୁଥିଲେ। ସୂଚନା ଅନୁସାରେ, କିଛିଦିନ ତଳେ ତାଙ୍କର ଏକ ମାତ୍ର ପୁଅ ମଧ୍ୟ ଆତ୍ମହତ୍ୟା କରିଥିଲା। ମୃତ୍ୟୁ କାରଣ କଣ ଜଣାପଡିନାହିଁ। କେହି କେହି କହୁଛନ୍ତି ପୁଅକୁ ଝୁରି ଝୁରି ଏଭଳି ପଦକ୍ଷେପ ନେଇପାନ୍ତି। ତଥାପି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଝୁଲନ୍ତା ମୃତଦେହକୁ ପରିବାର ଲୋକଙ୍କ ଉପସ୍ଥିତିରେ ତଳକୁ କଢାଯାଇ ତଦନ୍ତ ଚଳାଇଛି। ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

related posts

Leave a Comment