Home Breaking News / ତାଜା ଖବର ଆରପାରିରେ ବରିଷ୍ଠ ବିଜେପି ନେତା ବିପ୍ର ପ୍ରଧାନ

ଆରପାରିରେ ବରିଷ୍ଠ ବିଜେପି ନେତା ବିପ୍ର ପ୍ରଧାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆରପାରିରେ ବରିଷ୍ଠ ବିଜେପି ନେତା ବିପ୍ର ପ୍ରଧାନ। ବିଳମ୍ବିତ ରାତିରେ ବିପ୍ର ପ୍ରଧାନଙ୍କର ବିୟୋଗ ହୋଇଛି। ତାଙ୍କ ଅକାଳ ବିୟୋଗ ଖବର ଶୁଣି କ ନୂଆଗାଁ ଗୁଂଜିଗାକୁ ବିଶିଷ୍ଠ ବ୍ୟକ୍ତି ଓ ରାଜନେତାଙ୍କ ସୁଅ ଛୁଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ 45 ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ଏକା ଧାରାରେ ସେ ଜଣେ ପୂର୍ବତନ ସମିତି ସଭ୍ୟ ଆଦିବାସୀ ନେତା ସମାଜସେବୀ ନିର୍ଭୀକ ସ୍ପଷ୍ଟବାଦୀ ଓ ମେଳାପୀ ସ୍ୱଭାବର ଥିଲେ। ତାଙ୍କ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେବାକୁ ବାଲିଗୁଡା ବିଧାୟକ ଚକ୍ର ମଣି କହ୍ନର ଓ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ବିଭିନ୍ନ ସଂଗଠନ ସାମ୍ବାଦିକ ଯୋଗ ଦେଇଥିଲେ। ଗାଁ ମଶାଣିରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କ ମର ଶରୀରକୁ ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା।

related posts

Leave a Comment