Home Breaking News / ତାଜା ଖବର ମିଶନ ଅର୍ଣ୍ଣବ ଗିରଫ…ପରଦା ପଛରେ ପାୱାର ଗ୍ରୁପ

ମିଶନ ଅର୍ଣ୍ଣବ ଗିରଫ…ପରଦା ପଛରେ ପାୱାର ଗ୍ରୁପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ସାମ୍ବାଦିକ ତଥା ସମ୍ପାଦକ ଅର୍ଣ୍ଣବ ବିରୁଦ୍ଧରେ ଚିଠିଲେଖି ଆତ୍ମହତ୍ୟା କରିଥିବା ବ୍ୟକ୍ତିର ପରିବାର ସହିତ ପାୱାର ଗୃପର ସିକ୍ରେଟ ମିଶନ ଥିବା ଜଣାପଡିଛି। ଅର୍ଣ୍ଣବ ଗିରଫ ହେବାର ଦୁଇଦିନ ପୂର୍ବରୁ ଶରଦ ପାୱାର ଏମାନଙ୍କୁ ଘରକୁ ଡାକି ଯୋଜନା କରିବା ସହିତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଆଲୋଚନା ହୁଏ। ପରେ ଆରମ୍ଭ ହୁଏ ମିଶନ।

ଯେଉଁ କେଶ ବନ୍ଦ ହୋଇଯାଇଥିଲା, ତାହାକୁ ପୁଣି ରିଓପନ କରାଯାଇ ଅର୍ଣ୍ଣବ ଗୌସ୍ୱାମୀଙ୍କୁ ଗିରଫ କରାଗଲା। ତେଣୁ ଏପରି ନେତାମାନଙ୍କର ମୁଖା ଖୋଲିବାର ସମୟ ଏବେ ଆସିଛି। ସେପଟେ ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ଆବେଦନ ନେଇ ଆଜି ଶୁଣାଣି କରିବେ ବମ୍ବେ ହାଇକୋର୍ଟ। ଗତକାଲି ଏହି ଆବେଦନ ଉପରେ ନିଷ୍ପତ୍ତି ପୂର୍ବରୁ ସମସ୍ତ ପକ୍ଷଙ୍କ ଜବାବ ଶୁଣିବା ଲାଗି ହାଇକୋର୍ଟ ଉପଯୁକ୍ତ ମନେ କରିଛନ୍ତି। ଆଜି ଏହି ମାମଲାରେ ହାଇକୋଟ ପୁନର୍ବାର ଶୁଣାଣି କରିବେ। ଡିଜାଇନର ଅନ୍ବୟ ନାଏକ ଓ ତାଙ୍କ ମା’ କୁମୁଦଙ୍କୁ ଆତ୍ମହତ୍ୟା ପାଇଁ ଅର୍ଣ୍ଣବଙ୍କୁ ମୁମ୍ବାଇ ପୁଲିସ ବୁଧବାର ସକାଳେ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଅର୍ଣ୍ଣବଙ୍କ ସହିତ ଏହି ମାମଲାରେ ଫିରୋଜ ଶେଖ ଓ ନିତେଶ ସରଦା ମଧ୍ୟ ଗିରଫ କରାଯାଇଛି। ଏବେ ୩ ଜଣ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

related posts

Leave a Comment