Home Breaking News / ତାଜା ଖବର ଭାରସାମ୍ୟ ହରାଇ ଓଲଟିଲା ଟ୍ରକ: ଦୁଇ ମୃତ, ଦୁଇ ଗୁରୁତର

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ: ଦୁଇ ମୃତ, ଦୁଇ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୋରଡା(ଅବିନାଶ ମହାନ୍ତି): ମୋରଡା ଥାନା ଅନ୍ତର୍ଗତ ଅନ୍ଧାରୀ ରାସ୍ତାରେ ଟ୍ରକ ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ମୃତ ହେଲେ ମୋରଡାର ଛେଲୁ ମହାକୁଡ ଓ ଧାନଶୁଳା ଗ୍ରାମର କାଳିଆ ମହାନ୍ତ। ଗୁରୁତର ମାନେ ହେଲେ ପାଗୁଲୁ ବେହେରା ଓ ଡାକ ମାରଣ୍ଡି। ସୂଚନାଯୋଗ୍ୟ ମୋରଡାରୁ ଇଟା ନେଇ ଟ୍ରକଟି ବାଘଡା ଯାଇଥିଲା। ଇଟା ଆନଲୋଡ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ଟ୍ରକଟି ଓଲଟି ପଡିବା ଫଳରେ ଦୃଘଟଣା ଘଟିଥିବା ଜଣାପଡିଛି। ତେବେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ମୋରଡା ପୋଲିସ ପକ୍ଷରୁ କୁହାଯାଇଛି। ସେପଟେ ଦୁଇ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାରମାଇଲ ଡାକ୍ତରଖାନା ପରେ ଗୁରୁତର ଅବସ୍ଥା ଦେଖି ବାରିପଦା ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମୋରଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

related posts

Leave a Comment