Home Breaking News / ତାଜା ଖବର ଗୋମାଂସ ଜବତ: ୪ ଅଟକ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କନ୍ଧମାଳ( ସୁନୀଲ ପଟ୍ଟନାୟକ): ଗୋମାଂସ ରୋଷେଇ କରି ଖାଇବା ଅଭିଯୋଗରେ ଶୁକ୍ରବାର କନ୍ଧମାଳ ଜିଲ୍ଲା କୋଟଗଡ ପୋଲିସ ୪ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ସୂଚନା ଅନୁସାରେ, କୋଟଗଡ଼ ମଦାଙ୍ଗି ସ୍କୁଲ ନିକଟ ପଡିଆରେ କିଛି ଲୋକ ଗୋମାଂସ ଆଣି ରୋଷେଇ କରି ଖାଇବା ସହ ଗଛରେ ଶୁଖାଇଥିଲେ। ସେପଟେ ଖବର ପାଇ ପୋଲିସ ଓ ବଜରଙ୍ଗ ଦଳ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ମାଂସ ଜବତ କରିବା ସହ ନଷ୍ଟ କରିଥିଲେ। ଏନେଇ ଘଟଣା ସ୍ଥଳରୁ ୪ ଜଣକୁ ଥାନାକୁ ନେଇ ଅଟକ ରଖି ପଚରାଉଚୁରା କରୁଛି। ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୋଲିସ। ଏହି ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଗୋମାଂସ କାରବାରକୁ ବନ୍ଦ କରିବାକୁ ସ୍ଥାନୀୟ ଲେକେ ଦାବୀ କରିଛନ୍ତି।

related posts

Leave a Comment