Home Breaking News / ତାଜା ଖବର ମହିଳା ଓ ଦଳିତ ଉତ୍ପୀଡନ ବିରୋଧ ଦିବସ

ମହିଳା ଓ ଦଳିତ ଉତ୍ପୀଡନ ବିରୋଧ ଦିବସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ତରଫରୁ ପାଳନ କରାଯାଇଛି ମହିଳା ଓ ଦଳିତ ଉତ୍ପୀଡନ ବିରୋଧ ଦିବସ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନ କାଳରେ ମହିଳା ଏବଂ ଦଳିତ ସୁରକ୍ଷିତ ନ ଥିବା ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ।

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଥିବା ପ୍ରତିବାଦ ସଭାରେ ମହିଳାଙ୍କ ସୁରକ୍ଷା କୁ ନେଇ ଚିନ୍ତା ପ୍ରକଟ କରିଛି ଜିଲ୍ଲା କଂଗ୍ରେସ। କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ବିଜେଡ଼ି ସରକାର, ମହିଳା ଓ ଦଳିତ ମାନଙ୍କ ସୁରକ୍ଷା ମାମଲାରେ ଫେଲ୍ ମାରିଛି ଏବଂ ମହିଳା ଓ ଦଳିତମାନଙ୍କ ସୁରକ୍ଷା ପାଇଁ ଅନେକ ଆଇନ୍ ତିଆରି କରାଯାଇଥିବା ବେଳେ ଏହା କେବଳ କାଗଜ କଲମରେ ସିମୀତ ରହିଯାଇଛି ବୋଲି ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ୍।

ସରକାରଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମହିଳା ସୁରକ୍ଷା ଭଳି ଏକ ସମ୍ବେଦନଶୀଳ ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ନଚେତ୍ ଆଗାମୀ ଦିନରେ ରାଜ୍ୟ ବ୍ୟାପୀ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ।

related posts

Leave a Comment