Home Breaking News / ତାଜା ଖବର ପାଣ୍ଡିଆନ ମୋ ଦିଅର, ମୋଦି ମୋ ଦେଢଶୁର ଆଉ ନବୀନ ହେଉଛନ୍ତି ମୋ ସିଏ: ଟ୍ରେଲରରେ ମନ କଥା କହିଲେ ରାଣୀ

ପାଣ୍ଡିଆନ ମୋ ଦିଅର, ମୋଦି ମୋ ଦେଢଶୁର ଆଉ ନବୀନ ହେଉଛନ୍ତି ମୋ ସିଏ: ଟ୍ରେଲରରେ ମନ କଥା କହିଲେ ରାଣୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ‘ମୁଁ ଯାହା କହେ ଜାଗା ମୁଣ୍ଡରେ ବାଜେ। ମୁଁ ସିଏମଙ୍କୁ ମୋର ସିଏ ଭାବେ। ପାଣ୍ଡିଆନ୍ ସାରଙ୍କୁ ନିଜର ଦିଅର୍ ଭାବେ। ମୋଦିଙ୍କୁ ମୁଁ ନିଜର ଦେଢ଼ସୁର ଭାବେ।’ ଭୁବନେଶ୍ୱର ପିଏମଜି ଛକରେ ଗୁରୁବାର ଯାତ୍ରା ପରିବେଷଣ ପାଇଁ ଅନୁମତି ପ୍ରଦାନ ଦାବିରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏମିତି ଢଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ସୂଚନା ଅନୁଯାୟୀ, କରୋନା ପାଇଁ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଯାତ୍ରା ପରିବେଷଣ ବନ୍ଦ ରହିଛି। ଏହି ସମୟରେ ଅନେକ ଯାତ୍ରା କଳାକାର ଦୁର୍ଦ୍ଦିନରେ ରହିଛନ୍ତି। ଯାତ୍ରା ଜଗତ ବୁଡିବାକୁ ବସିଲାଣି। ତେଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଧାରଣା ଦେଇଛନ୍ତି।

ରାଣୀ କହିଛନ୍ତି, ଆମର ଏହି ଦାବି ନିଶ୍ଚୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବ। ଆଉ ନପହଞ୍ଚିଲେ, ଏଇଟା ତ ଟ୍ରେଲର୍, ଫିଲ୍ମ ଆଗକୁ କ’ଣ ହେବ ସେ ଭାବିଦିଅନ୍ତୁ। ଆମେ ବହୁତ ସହିଲୁଣି। ରାଜ୍ୟ ସରକାର ଯାହା କହିଥିଲେ, ତାହା ମାନିଲୁ। ସବୁ କଲା ପରେ ବି ଆଜି ଆମ ସହ ଅନ୍ୟାୟ ହେଉଛି। ରାଣୀ ଆହୁରି କହିଛନ୍ତି, ଆମେ କେବଳ ଏତିକି ଚାହୁଁଛୁ ଯେ ଆମର କଳାକ୍ଷେତ୍ର ଖୋଲିବାକୁ ଅନୁମତି ଦିଅନ୍ତୁ। ଯାତ୍ରା କରିବା ପାଇଁ ଆପଣ ଯେଉଁ ଗାଇଡଲାଇନ୍ ରଖିବେ, ଆମେ ମାନିବାକୁ ପ୍ରସ୍ତୁତ। ଯଦି କଳାକାରଙ୍କ କଥା ଶୁଣା ନଯାଏ, ତେବେ ସବୁ ଯାତ୍ରା କଳାକାର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବେ ବୋଲି ରାଣୀ ଚେତାବନୀ ଦେଇଛନ୍ତି।

related posts

Leave a Comment