Home Breaking News / ତାଜା ଖବର ଦିବ୍ୟାଙ୍ଗ ତାପସଙ୍କ ହାତ ଧରିଲେ କବିତା

ଦିବ୍ୟାଙ୍ଗ ତାପସଙ୍କ ହାତ ଧରିଲେ କବିତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୋରଡା(ଅଭିନାଶ ମହାନ୍ତି): ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ମୋରଡା ପଞ୍ଚାୟତ ମାଳିହତା ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ଦିବ୍ୟାଙ୍ଗ ଯୁବକଙ୍କ ବିବାହ ବୁଧବାର ସମ୍ପନ୍ନ କରାଯାଇଛି। ମାଳିହତା ଗ୍ରାମର ଛତିଶ ଚନ୍ଦ୍ର ରାଉତଙ୍କ ପୁଅ ତାପସ କୁମାର ରାଉତଙ୍କ ବିବାହ ବୟସ ହୋଇ ଯାଇଥିବା ବେଳେ ସେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ କେହି ଝିଅ ଦେବାକୁ ରାଜି ହୋଇ ନଥିଲେ।
ଘଟଣାକ୍ରମେ ପ୍ରେମ ସମ୍ପର୍କ ଗଢି ଉଠିଲା ଝିଅ କବିତା ଓ ତାପସଙ୍କ ମଧ୍ୟରେ। ଝିଅ କବିତା ବିବାହ ପାଇଁ ରାଜି ମଧ୍ୟ ହେଲା। କିନ୍ତୁ ଝିଅର ପରିବାର ଲୋକେ ଦିବ୍ୟାଙ୍ଗ ତାପସ ସହିତ ବିବାହ ପାଇଁ ରାଜି ନଥିଲେ। ପରବର୍ତ୍ତୀ ସମୟରେ ଝିଅ କବିତା ଓ ତାପସ ଉଭୟ ନିଷ୍ପତ୍ତି ନେଇଥିଲେ ବିବାହ କରିବାକୁ। ତାପସଙ୍କ ପରିବାର ଲୋକେ ଓ ଗ୍ରାମବାସୀମାନଙ୍କ ସହଯୋଗରେ ରଟାରିରେ ବିବାହର ନାମ ପଞ୍ଜିକରଣ କରିବା ପରେ ବାରିପଦା ସ୍ଥିତ ବଡବଜାର ମନ୍ଦିରରେ ରୀତିନୀତି ଅନୁସାରେ ବିବାହ ହୋଇଥିଲା। ବିବାହ ସମୟରେ ଉପସ୍ଥିତ ଥିଲେ ଗ୍ରାମର ସରସ୍ୱତୀ ମହାନ୍ତି, ସାବିତ୍ରୀ ରାଉତ,ମାନୁ ବେହେରା, ଦେବେନ୍ଦ୍ର ପରିଡା,ସବିତା ବେହେରା, ଶିଶିର ବେହେରା, ସସ୍ମିତା ରାଉତ,ପ୍ରମୁଖ ସହଯୋଗରେ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ତାପସ କହିଛନ୍ତି ମୁଁ ବହୁତ ଖୁସି ଅଛି।

related posts

Leave a Comment