Home Breaking News / ତାଜା ଖବର ପାହାଡ଼ ଉପରେ ବିଶ୍ୱାସର ପରୀକ୍ଷା ଦେଉଛନ୍ତି ଯୁବତୀ

ପାହାଡ଼ ଉପରେ ବିଶ୍ୱାସର ପରୀକ୍ଷା ଦେଉଛନ୍ତି ଯୁବତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ଆଧ୍ୟାତ୍ମିକ ମାସ କାର୍ତ୍ତିକ ରେ ଆସ୍ଥାର ପାହାଡ଼ରେ ବିଶ୍ୱାସର ପରୀକ୍ଷା। ପୁଣି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ପୋଡ଼ାଗଡ଼ ଶୈବ ପୀଠ। ଗତ କିଛି ଦିନ ପୂର୍ବେ ପୋଡ଼ାଗଡ଼ ପାହାଡ଼ରୁ ପଥର ଖସିବାକୁ ନେଇ ଭବିଷ୍ୟତରେ କୌଣସି ଅଘଟଣ ଆଶଙ୍କା ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ଓ ଲୋକେ ଏହି ପଥରକୁ ଭଗବାନ ଭାବି ପୂଜାର୍ଚ୍ଚନା କରିଥିଲେ। ଲୋକଙ୍କ ମନରୁ ଏହାର ଭୟ ଲିଭି ନ ଥିବା ବେଳେ ନିଜ ଶରୀରରେ ଭଗବାନ ଶିବଙ୍କ ପ୍ରବେଶ ଦାବି କରି ଧ୍ୟାନ ମଗ୍ନରେ ଏହି ପାହାଡ଼ରେ ଗତ ଚାରିଦିନ ଧରି ଜଣେ ଯୁବତୀ ଆଖିଆ ଅପିଆରେ ରହିଛନ୍ତ। ସ୍ୱପ୍ନାଦେଶ ଦେଇ ତାଙ୍କ ଶରୀରରେ ଶିବ ଆବିର୍ଭାବ ହୋଇଥିବା ଯୁବତୀ ଦାବି କରିଛନ୍ତି।

ଘଞ୍ଚ ଜଙ୍ଗଲ ଓ ପାହାଡ଼ରେ ଆଖି ବନ୍ଦ କରି ଧ୍ୟାନରେ ଲୀନ ଯୁବତୀ। ନିକଟରେ କେହି ନ ଥିବା ବେଳେ ମନରେ ନାହିଁ ହିଂସ୍ର ଜନ୍ତୁଙ୍କ ଭୟ। କାରଣ ଶିବ ପ୍ରବେଶ କରିଛନ୍ତି ଶରୀରରେ। ଏଭଳି ଦାବି କରି ଗତ ଚାରି ଦିନ ଧରି ବିନା କୌଣସି ଖାଦ୍ୟ କିମ୍ବା ଜଳ ଗ୍ରହଣ ନକରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ପଞ୍ଚାୟତ ର ଚାରିଆଗୁଡା ପାହାଡରେ ଯୁବତୀ ଧ୍ୟାନରେ ରହିଛନ୍ତି। ପୋଡ଼ାଗଡ଼ରେ ପୂଜା ପାଉଥିବା ବାବା ଭୈରବ ତାଙ୍କୁ ସ୍ୱପ୍ନାଦେଶ ଦେଇ ତାଙ୍କ ଶରୀର ମଧ୍ୟରେ ପ୍ରବେଶ କରିଥିବା ଦାବି କରିଛନ୍ତି।

ତେଣୁ ସେ ଚାରି ଦିନ ଧରି ଧ୍ୟାନରେ ଥିବା ବେଳେ ୨୧ ଦିନ ଧରି ଧ୍ୟାନରେ ବସିବା ନେଇ ଯୁବତୀ ପ୍ରକାଶ କରିଛନ୍ତି। ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଏହି ପୋଡ଼ାଗଡ଼ ପାହାଡ଼ରେ ବାବା ଭୈରବ ପୂଜା ପାଉଥିବା ବେଳେ ଏହି ପାହାଡ଼ ର ପ୍ରତ୍ୟେକ ଘଟଣା ଲୋକଙ୍କ ଆସ୍ଥା ସହ ଜଡିତ ଅଛି। ତେଣୁ ଭବିଷ୍ୟତରେ କୌଣସି ଶୁଭ ଓ ଅଶୁଭ ସୂଚନା ଏହି ପାହାଡ଼ ପୂର୍ବରୁ ସଂକେତ ଦେଇଥିବା ନେଇ ଲୋକଙ୍କ ମନରେ ବିଶ୍ୱାସ ରହିଛି।

ଯେଉଁଥିପାଇଁ ଜିଲ୍ଲା ଓ ପୋଡ଼ାଶୀ ଜିଲ୍ଲା ସମେତ ପୋଡ଼ାଶୀ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟ ରୁ ମଧ୍ୟ ପୂଜାର୍ଚ୍ଚନା ପାଇଁ ଲୋକଙ୍କ ସୁଅ ଛୁଟିଥାଏ ଏହି ଶୈବପୀଠକୁ। ଗତ କିଛି ଦିନ ପୂର୍ବେ ଏହି ପାହାଡ଼ ଶିଖରରୁ ଏକ ବିରାଟ ପଥର ଖସି ପାହାଡ଼ ପାଦ ଦେଶରେ ଅଟକି ରହିଥିଲା। କରୋନା ମହାମାରୀ ସମୟରେ ଯାହାକୁ ନେଇ ଭବିଷ୍ୟତରେ କୌଣସି ସଙ୍କଟର ସମୟ ବୋଲି ଲୋକଙ୍କ ମନରେ ଭୟ ଜାତ ହୋଇଥିଲା।

ତେଣୁ ଲୋକେ ଭଗବାନ ଭାବି ପଥରକୁ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏହାର ଠିକ କିଛି ଦିନ ଅନ୍ତରାଳ ପରେ ପରେ ସ୍ୱପ୍ନାଦେଶ ପାଇ ଯୁବତୀଙ୍କ ଶରୀରରେ ଶିବ ଆବିର୍ଭାବ ଘଟଣା ଲୋକଙ୍କ ଭୟକୁ ଦ୍ବିଗୁଣିତ କରିଛି। ବିନା କୌଣସି ହିଂସ୍ର ଜନ୍ତୁଙ୍କ ଭୟରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଗତ ୪ ଦିନ ଧରି ଯୁବତୀ ଧ୍ୟାନରେ ଥିବା ବେଳେ ଯୁବତୀଙ୍କ ନିକଟକୁ ଭୟରେ କେହି ଯାଉ ନ ଥିବା ବେଳେ ପ୍ରାୟ ଏକ କିଲୋମିଟର ଦୂରରେ ରହି ଲୋକେ ଯୁବତୀକୁ ଭଗବାନ ଭାବି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି।

related posts

Leave a Comment