Home Breaking News / ତାଜା ଖବର କରୋନା ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

କରୋନା ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: କରୋନା ଯୁଦ୍ଧରେ ହାରିଗଲେ ରାଜ୍ୟର ଜଣେ ପ୍ରତିଭାବାନ ଯୁବ ସାମ୍ୱାଦିକ। ନ୍ୟୁଜ୍‌ ୧୮ ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା। କ୍ରାଇମ ରିପୋର୍ଟର ଭାବେ ବେଶ ପରିଚୟ ସୃଷ୍ଟି କରିଥିଲେ। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ଧରି ସେ କରୋନାରେ ଆକ୍ରାନ୍ତ ଥିଲେ।

ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିଲା। ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ଓଡ଼ିଶା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି।

ଅନ୍ୟପଟେ କିଛି ଦିନ ତଳେ ପ୍ରବୀରଙ୍କ ବାପା ମଧ୍ୟ କରୋନାରେ ଆକ୍ରାନ୍ତ ପ୍ରାଣ ହରାଇଥିଲେ। ଏବେ ପୁଅକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ସେହିପରି ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପୂର୍ବତନ ଛାତ୍ର ପ୍ରବୀର କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ସଂସ୍ଥାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ପ୍ରବୀରଙ୍କୁ ମନେ ପକାଇ ଆଜି ସକାଳେ ଆଇଆଇଏମ୍‍ସିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ‘ପ୍ରବୀର ଜଣେ ଭଲ ଛାତ୍ର ଥିଲେ। ସାମ୍ବାଦିକ ଭାବେ ସେ ବେଶ୍‍ ନାମ କମାଇଥିଲେ। ରାଜ୍ୟର ଜଣେ ଆଗ ଧାଡି଼ର କ୍ରାଇମ୍‍ ରିପୋର୍ଟର ଥିଲେ ପ୍ରବୀର ପ୍ରଧାନ। ନିଜର ଉଚ୍ଚକୋଟିର ରିପୋର୍ଟିଂ ପାଇଁ ସେ ଦୁଇ ଦୁଇ ଥର ଜାତୀୟ ସ୍ତରରେ ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘର ‘ଶ୍ରେଷ୍ଠ କ୍ରାଇମ୍‍ ରିପୋର୍ଟ’ର ସମ୍ମାନ ପାଇଥିଲେ।

ପ୍ରବୀରଙ୍କ ଅଚାନକ ବିୟୋଗ ସଂସ୍ଥାନ ଏବଂ ରାଜ୍ୟର ସାମ୍ବାଦିକତା ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିବ’- ବୋଲି ଆଇଆଇଏମ୍‍ସିର ଅଧ୍ୟାପକ ଓ କର୍ମଚାରୀମାନେ କହିଛନ୍ତି। ପ୍ରବୀର ୨୦୦୬-୦୭ ମସିହାରେ ଆଇଆଇଏମ୍‍ସିର ଓଡି଼ଆ ସାମ୍ବାଦିକତାର ଛାତ୍ର ଥିଲେ। ତାଙ୍କ ଆତ୍ମାର ସଦ୍‍ଗତି ନିମନ୍ତେ ଦୁଇ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ଶୋକ ସଭାରେ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ, ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ସେକ୍ସନ ଅଫିସର କେଦାରନାଥ ଜେନା, ଶୁଭଙ୍କରୀ ଦାସ, ବଦ୍ରିନାଥ ଜେନା, ଲକ୍ଷ୍ମୀନାରାୟଣ ମିଶ୍ର, ସୌମ୍ୟରଞ୍ଜନ ବିହାରା, ପଦ୍ମଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

related posts

Leave a Comment