Home Breaking News / ତାଜା ଖବର ଫୁଲବାଣୀ ସହରରେ ବୋମାମାଡ଼: ସ୍ଥାନୀୟ ଲୋକ ଭୟଭୀତ

ଫୁଲବାଣୀ ସହରରେ ବୋମାମାଡ଼: ସ୍ଥାନୀୟ ଲୋକ ଭୟଭୀତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଫୁଲବାଣୀ ସହର ପିଅନପଡା ଅଞ୍ଚଳର ଜଣଙ୍କ ଘର ଉପରେ ଗତ କାଲି ମଧ୍ୟ ରାତିରେ ସିରିଜ୍ ବୋମା ମାଡ ହୋଇଥିବା ଜଣା ପଡିଛି। ଫଳରେ ବୋମା ମାଡରେ ଟିଟୁନ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରର ସମ୍ମୁଖ ଭାଗର ଟିଣର କେତେକ ଅଂଶ ଭାଙ୍ଗି ରୁଜି ଯାଇଥିବା ଦେଖାଯାଇଛି।ହେଲେ ବୋମା ମାଡ଼ରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି।

କୌଣସି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼ କରିଥିବା କୁହାଯାଉଛି। ତେବେ ଚୋରା ଗଞ୍ଜେଇ କାରବାରକୁ ନେଇ ଏଭଳି ବୋମା ମାଡ ହୋଇଥିବା ଶୁଣିବାକୁ ମିଳୁଛି। ସେପଟେ ଖବର ପାଇ ଫୁଲବାଣୀ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ ବିନ୍ କରୁଛି। ତଦନ୍ତ ପରେ ଘଟଣା ସବୁ କିଛି ସ୍ପଷ୍ଟ ଜଣାପଡ଼ିବ ବୋଲି ଜଣା ପଡ଼ିବ ବୋଲି ପୋଲିସ କହିଛି।

related posts

Leave a Comment