Home ଖେଳ ଏମିତି କାହିଁକି ହେଲା କୋହଲିଙ୍କ ଅବସ୍ଥା…

ଏମିତି କାହିଁକି ହେଲା କୋହଲିଙ୍କ ଅବସ୍ଥା…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୁବାଇ: କୋହଲିଙ୍କ ଏମିତି ଅବସ୍ଥା କଲା କିଏ। ଦେଖିଲେ ବି ଆପଣ ତାଜୁବ୍ ହୋଇଯିବେ। ଦେଖିଲେ ଜାଣିପାରିବେନି ଇଏ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ ବୋଲି। ଏମିତି କିଏ କଣ କାହାକୁ କରେ। ଆଉ ଏହା ପଛର କାରଣ ଜାଣିଲେ ଅଶ୍ଚର୍ଯ୍ୟ ହୋଇଯିବେ। ବିରାଟଙ୍କୁ ଦିଆଯାଇଛି କେକ୍ ଥେରାପି। ହେଲେ କାହିଁକି। ପ୍ରକୃତରେ କଣ ରହିଛି ଘଟଣା। ଜାଣିବାକୁ ପୁରା କାହାଣୀକୁ ଜାଣନ୍ତୁ।

ଆଜି ହେଉଛି ବିରାଟ କୋହଲିଙ୍କ ଜନ୍ମଦିନ। ଟିମଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଆଜି ୩୨ ଛୁଇଁଲା। ଆଜି ୩୨ ବର୍ଷରେ ପାଦ ରଖିଲେ ବିରାଟ କୋହଲି। ଏଥର ଆଇପିଏଲରେ ବିରାଟଙ୍କ ଟିମ୍ ତ ପ୍ଲେ ଅଫ୍ ରେ ରହିଛି। ଏହି ସମୟକୁ ପଡିଛି କୋହଲିଙ୍କ ଜନ୍ମଦିନ। ତେଣୁ ଜନ୍ମଦିନ ପାର୍ଟି ହବ ମାନେ ହବ। ଆଉ ଏଥିରେ ବୀରୁଷ୍କା ରହିବା ତ ଥୟ। ରୟାଲଚାଲେଂଜର୍ସ ବାଙ୍ଗାଲୋରର ସାଥୀ ଖେଳାଳି ମନେଇଥିଲେ ବିରାଟଙ୍କ ଜନ୍ମଦିନ। ଉପସ୍ଥିତ ଥିଲେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା। ଅନୁଷ୍କା ଏବେ ଗର୍ଭବତୀ ଅଛନ୍ତି। ଦଳ ସହିତ ଅଛନ୍ତି ଦୁବାଇରେ। କୋହଲିଙ୍କ ଜନ୍ମଦିନରେ କୋହଲି ଯେତେବେଳେ ଜନ୍ମଦିନର କେକ୍ କାଟିଲେ ସାଥୀ ଖେଳାଳି ତାଙ୍କର ଅବସ୍ଥା ଏମିତି କଲେ ଯେ ଦେଖିବା ଲୋକ ବି ଚକିତ ହୋଇଯିବେ।

ଆରସିବି ଖେଳାଳି ଅପେକ୍ଷା କରିଥିଲେ ଏହି ସମୟକୁ। ପାଖରେ ଥିଲେ ଚହଲ। ଅପେକ୍ଷା କରିଥିଲେ କେତେବେଳେ କଟାଯିବ କେକ୍। ଯେମିତି ହାପି ବାର୍ଥ ଡେ କହି କେକ୍ କଟାଗଲା , ଆରମ୍ଭ ହେଲା କେକ୍ ଥେରାପି। ପୁରା କେକକୁ ଆଣି କୋହଲିଙ୍କ ମୁହଁରେ ଦେହରେ ବୋଳି ଚାଲିଲେ ସଭିଏଁ। ଜନ୍ମଦିନ ପାର୍ଟି। ଏମିତିରେ ଜନ୍ମଦିନ ବି ତାଙ୍କର। ବେସାହାରା ଅବସ୍ଥାରେ କୋହଲି ନିରୁପାୟ ହୋଇ ସାଥୀ ଖେଳାଳିଙ୍କ ଏହି ଦୁଷ୍ଟାମୀକୁ ସହି ଗଲେ। ଏସବୁର ଭରପୁର ମଜା ଉଠାଉଥିଲେ ଅନୁଷ୍କା। ପଡିଆ ଭିତରେ ଆଂଗ୍ରି ମ୍ୟାନ୍ କୋହଲିଙ୍କ କେକ୍ ଥେରାପିର ଅବସ୍ଥା ସତରେ ଦେଖିବା ଭଳି। ଆପଣ ନିଶ୍ଚୟ ଦେଖନ୍ତୁ। ଆପଣଙ୍କୁ ବି ଭଲ ଲାଗିବ। ୨୦୦୮ ମସିହାରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ୮୬ ଟେଷ୍ଟ, ୨୪୮ ଦିନିକିଆ ଏବଂ ୮୨ଟି ୨୦ ମ୍ୟାଚ୍ ଖେଳିସାରିଲେଣି । ଜନ୍ମଦିନରେ ଆମେ ଏତିକି ଆଶା କରିବୁ କୋହଲିଙ୍କ ପାଇଁ ଆଗାମୀ ଦିନ ଶୁଭମୟ ହେଉ। ଭାରତୀୟ କ୍ରିକେଟ୍‌କୁ ନୂଆ ଶିଖରକୁ ନେବାରେ ସଫଳ ହୁଅନ୍ତୁ ଟିମଇଣ୍ଡିଆର କ୍ୟାପଟେନ୍।

related posts

Leave a Comment