Home Breaking News / ତାଜା ଖବର ଫିରିଙ୍ଗିଆ ବିଡିଓଙ୍କ ପତ୍ନୀଙ୍କ ଆତ୍ମହତ୍ୟା

ଫିରିଙ୍ଗିଆ ବିଡିଓଙ୍କ ପତ୍ନୀଙ୍କ ଆତ୍ମହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଫିରିଙ୍ଗିଆ ବିଡିଓ ରଶ୍ଚିରଂଜନ ମହନ୍ତଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି ସରିତା ସାମଲ ଓ ତାଙ୍କ ବୟସ ୩୧ ବର୍ଷ। ସେ ଗତ ୩ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୨ ବର୍ଷର ପୁଅ ଅଛି। ବିଡିଓ ରଶ୍ଚି ଗତକାଲି ଫୁଲବାଣିରୁ ଏକ ମିଟିଙ୍ଗରେ ଯୋଗ ଦେଇ ଫେରିବା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ରଶ୍ମି ପୁଅକୁ ଧରି ବାହାରେ ବୁଲିବାକୁ ଆସିଥିଲେ। ସେତେବେଳେ ସରିତା ରୁମକୁ ଯାଇ ଭିତର ପଟୁ କବାଟ ଦେଇ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିଲେ। ସରିତା କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଭିତରକୁ ପଶିବାରୁ ସରିତା ଝୁଲି ପଡି ଥିଲେ। ତାଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ମେଡିକାଲକୁ ପ୍ରଥମେ ନିଆଯାଇଥିଲା ହେଲେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା କରି ଥିବା କୁହାଯାଉଛି।

ସେପଟେ ଫିରିଙ୍ଗିଆ ପୋଲିସ ଏନେଇ ଏକ ଅପମୃତୁମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଶବ ବ୍ୟବଛେଦ ପାଇଁ ଫୁଲ ବାଣିସଦରମହକୁମା ଡ଼ାକ୍ତରଖାନାକୁ ପଠାଯାଇଛି। ସରିତାଙ୍କ ବାପଘର ଲୋକେ ଏ ଯାଏ ପହଞ୍ଚି ନ ଥିବା ଜଣାପଡିଛି। ସେମାନେ ପହଞ୍ଚିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି।

related posts

Leave a Comment