Home Breaking News / ତାଜା ଖବର ଆମେରିକା ନିର୍ବାଚନ: ବିଜୟ ଠାରୁ ମାତ୍ର ୬ ଭୋଟ୍ ଦୂରରେ ବାଇଡେନ୍, କଣ ହେବ ଟ୍ରମ୍ପଙ୍କ ଭାଗ୍ୟ ?

ଆମେରିକା ନିର୍ବାଚନ: ବିଜୟ ଠାରୁ ମାତ୍ର ୬ ଭୋଟ୍ ଦୂରରେ ବାଇଡେନ୍, କଣ ହେବ ଟ୍ରମ୍ପଙ୍କ ଭାଗ୍ୟ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: କିଏ ହେବ ଆମେରିକାର ନୂଆ ରାଷ୍ଟ୍ରପତି?ଭୋଟ୍ ସରିବାର ୩୬ ଘଂଟା ପରେ ବି ଆସିପାରିନି ଫଳାଫଳ। ତେବେ ଏହା ଭିତରେ ଜୋ ବିଡେନଙ୍କୁ ନେଇ ଆସିଛି ଖୁସି ଖବର। ବିଡେନ୍ ଏବେ ବହୁମତ ୨୭୦ ଠାରୁ ମାତ୍ର ୬ଟି ଇଲେକ୍ଟରାଲ୍ ଭୋଟ୍ ଦୂରରେ ଅଛନ୍ତି। କିନ୍ତୁ ଟ୍ରମ୍ପ ଏବେ ବି କିଛି ରାଜ୍ୟରେ ଆଗୁଆ ଅଛନ୍ତି। ଏପରି ସ୍ଥଳରେ କେବଳ କୌଣସି ଚମତ୍କାର ହିଁ ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଜିତାଇ ପାରିବ। ଏପରି କିଛି ଚମତ୍କାର ଘଟିଲେ ହିଁ ଟ୍ରମ୍ପ , ବାଇଡେନଙ୍କ ଠାରୁ ସଂଖ୍ୟା ଗରିଷ୍ଠତାରେ ଆଗୁଆ ହୋଇପାରିବେ।

ଏବେ ର ସ୍ଥିତି କଣ ?
ବର୍ତମାନ ଜୋ ବାଇଡେନଙ୍କୁ ୨୬୪ ଇଲେକ୍ଟରାଲ ଭୋଟ୍ ମିଳିଛି। ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୪ ଇଲେକ୍ଟରାଲ୍ ଭୋଟ୍ ମିଳିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବହୁମତ ହେଉଛି ୨୭୦। ତେଣୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ହେବାକୁ ବିଡେନଙ୍କୁ ଆଉ ୬ଟି ଅଲେକ୍ଟରାଲ୍ ଭୋଟ୍ ଆବଶ୍ୟକ ରହିଛି। ସେହି ସ୍ଥଳରେ ଟ୍ରମ୍ପଙ୍କୁ ଦରକାର ଆଉ ୫୪ଟି ଇଲେକ୍ଟରାଲ୍ ଭୋଟ୍।

କେଉଁଠି ଚାଲିଛି ଗଣନା କାମ?
ଏବେ ବି ଆମେରିକାର କିଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଚାଲିଛି ଗଣନା କାମ।

ପେନସିଲଭାନିଆ-୨୦ ଭୋଟ୍‌- ଏଠାରେ ଡୋନାଲ୍ଡ ଟ୍ରମ୍ପ ଆଗୁଆ
ଉତର କାରୋଲିନା-୧୫ ଭୋଟ୍‌- ଏଠାରେ ଡୋନାଲ୍ଡ ଟ୍ରମ୍ପ ଆଗୁଆ
ଜର୍ଜିଆ-୧୬ ଭୋଟ୍‌- ଏଠାରେ ଡୋନାଲ୍ଡ ଟ୍ରମ୍ପ ଆଗୁଆ
ଆଲାସ୍କା-୩ ଭୋଟ୍‌- ଏଠାରେ ଡୋନାଲ୍ଡ ଟ୍ରମ୍ପ ଆଗୁଆ
ନଭାଡା-୬ ଭୋଟ୍‌-ଏଠାରେ ଜୋ ବାଇଡେନ୍ ଆଗୁଆ

ବର୍ତମାନ ସ୍ଥିତିରେ ୫୪ ଭୋଟ୍ ଟ୍ରମ୍ପଙ୍କ ସପକ୍ଷରେ ଯାଉଛି। ସଂଖ୍ୟା ଗରିଷ୍ଠତା ପାଇଁ ତାଙ୍କୁ ଆବଶ୍ୟକ ୫୬ ଭୋଟ୍। ଟ୍ରମ୍ପ ୨ଟି ଭୋଟ୍ ସଂକଟରେ ଥିବା ବେଳେ ଜୋ ବାଇଡେନଙ୍କୁ ଦରକାର ଆଉ ୬ଟି ଭୋଟ୍। ନଭାଡାରେ ୬ ଭୋଟରେ ଆଗୁଆ ଅଛନ୍ତି ବାଇଡେନ୍। ଏହା ବାଇଡେନଙ୍କ ସପକ୍ଷରେ ଗଲେ ଟ୍ରମ୍ପଙ୍କ ଆଗାମୀ ରାଷ୍ଟ୍ରପତି ଗାଦି ଅକ୍ତିଆର କରିବା ସ୍ୱପ୍ନ ହୋଇ ରହିଯିବ।

related posts

Leave a Comment