Home Breaking News / ତାଜା ଖବର ନାବାଳିକା ଅପହରଣ: ମାଷ୍ଟର ମାଇଣ୍ଡ ତାନ୍ତ୍ରିକ

ନାବାଳିକା ଅପହରଣ: ମାଷ୍ଟର ମାଇଣ୍ଡ ତାନ୍ତ୍ରିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଥାନା ଘେରାଉ କଲେ ଶହ ଶହ ଗ୍ରାମବାସୀ ଓ ଅପହୃତା ନାବାଳିକା ପରିବାର। ୫ ଦିନ ପରେ ଅପହୃତା ନାବାଳିକା ଉଦ୍ଧାର। ଆଉ ଉଦ୍ଧାର ପରେ ଘଟଣାର ନୂଆ ମୋଡ଼ !

ଭଣ୍ଡ ତାନ୍ତ୍ରିକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ସେକ୍ସ ରାକେଟ ଚଳାଉ ଥିବା ଅଭିଯୋଗ କଲେ ଗ୍ରାମବାସୀ। ଆଉ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତଦନ୍ତ ପାଇଁ ଦାବି କଲେ ନାବାଳିକା ପରିବାର ଲୋକଙ୍କ ସହ ଗ୍ରାମବାସୀ। ପୋଲିସ କିନ୍ତୁ ନିଖୋଜ ମାମଲା ୠଜୁକରି ଘଟଣାକୁ ଚପାଇ ଦେବାକୁ କରିଛି କାଳେ କରିଛି ଭିତିରି ଡ଼ିଲ। ଆଉ ଏପରି ସଙ୍ଗୀନ ଅଭିଯୋଗ କରିଛନ୍ତି ଅପହୃତାର ବାପା ମାଆ।

ଘଟଣାଟି ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା କୋଳିଅଠା ଗାଁ ରେ। ଗତ ୩୧-୧୦-୨୦ ତାରିଖ ଦିନ ସେହି ଗାଁର ଦଇତାରୀ ବେ‌ହେରା ଙ୍କ ୧୬ ବର୍ଷୀୟା ନାବାଳିକା ଝିଅ କୁ ସେଇ ଗାଁ ର ସୁଜିତ ଜୟନାରାୟଣ କୈାଣସି ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିବା ଅଭିଯୋଗ ପରିବାର ପକ୍ଷରୁ ମାହାଙ୍ଗା ଥାନା ରେ ଦେଇଥିଲେ। ଆଉ ୫ ଦିନ ପରେ ପୋଲିସ ନାବାଳିକାଙ୍କୁ ଯାଜପୁର ଜିଲ୍ଲା ବରୀ ଅଂଚଳରୁ ଉଦ୍ଧାର କରିଛି। ଆଉ ଏହି ସୁଜିତ୍ ଜଣେ ଭଣ୍ଡ ତାନ୍ତ୍ରିକ, ସେ କୋଳିଅଠା ଗ୍ରାମରେ ଏକ ସରକାରୀ ପିଇବା ପାଣି ପମ୍ପ ହାଉସ୍ କୁ ଜବରଦଖଲ କରି ତା ମଧ୍ୟରେ ଟିଉସନ ବାହାନାରେ ଗାଁ ଗହଳିର ନିରୀହ ଯୁବତୀ ମାନଙ୍କୁ ତନ୍ତ୍ର ମନ୍ତ୍ର ଭୟ ଦେଖାଇ ସେକ୍ସ ରାକେଟ ଚଳାଉଥିବା କୋଳିଅଠା ର ପୂର୍ବତନ ସମିତିସଭ୍ୟ ଅଭିଯୋଗ କରିଛନ୍ତି।

ପ୍ରଶ୍ନ ଉଠୁଛି ପୋଲିସ ନାବାଳିକାକୁ ଯାଜପୁର ଜିଲ୍ଲା ବରୀ ଅଂଚଳରୁ ଉଦ୍ଧାର ପାଇଁ ଗଲାବେଳେ କଣ ପାଇଁ ତାଙ୍କ ବାପାଙ୍କୁ ସାଙ୍ଗରେ ନେଲା ନାହିଁ କି ଉଦ୍ଧାର ପରେ ପରିବାର ଙ୍କୁ ତାଙ୍କ ଝିଅ ସହ ସାକ୍ଷାତ କରାଇଲେ ନାହିଁ ସେଥିନେଇ ପୋଲିସ ର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ନାବାଳିକା ପରିବାର ଲୋକ।ଆଜି ନାବାଳିକା ପରିବାର ଓ କୋଳିଅଠା ପଂଚାୟତ ର ଶତାଧିକ ଗ୍ରାମବାସୀ ମାନେ ମାହାଙ୍ଗା ଥାନାରେ ପହଂଚି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଭଣ୍ଡ ତାନ୍ତ୍ରିକ କୁ କଠୋର ଦଣ୍ଡ ଦେବାସହ ସେ ଚଳାଉଥିବା ବେଆଇନ ଭାବେ ଜବରଦଖଲ କରି ସରକାରୀ ପାନୀୟଜଳ ପମ୍ପ ହାଉସ୍ ରୁ ଉଛେଦ ସହ ଏକ ଆଶ୍ରମକୁ ଭାଙ୍ଗିବାକୁ ମାହାଙ୍ଗା ତହସିଲଦାର ଓ ପୋଲିସ ନିକଟରେ ଦାବୀକରି ଥାନା ଘେରାଉ କରିଥିଲେ। ଏପଟେ ଘଟଣା ସଂପୃକ୍ତ ଭଣ୍ଡ ତାନ୍ତ୍ରିକ ସୁଜିତ୍ କୁ ପୋଲିସ ଅଟକ ରଖିବା ସହିତ ନାବାଳିକାଙ୍କୁ ୧୬୪ ଆକ୍ଟରେ ବୟାନ୍ ରେକର୍ଡ ପାଇଁ ସାଲେପୁର କୋର୍ଟ କୁ ପଠାଇଛି।

ଏଠାରେ ଅନେକ ବେଆଇନ କାର୍ଯ୍ୟ ସହ ଅନେକ ଯୁବତୀଙ୍କ ସହ ଆପତ୍ତିଜନକ କାର୍ଯ୍ୟ ଚାଲୁଥିଲେ ମଧ୍ୟ ତନ୍ତ୍ର ମନ୍ତ୍ର ଧମକ ଭୟରେ ଲୋକେ ମୁହଁ ଖୋଲୁନାହାନ୍ତି, ତେଣୁ ତୁରନ୍ତ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଉକ୍ତ ବେଆଇନ ଆଶ୍ରମ ଓ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ସହ ଏ ଘଟଣାର ଉଚସ୍ତରିୟ ତଦନ୍ତ କରାନଯାଏ ତେବେ ଏଠାରେ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

related posts

Leave a Comment