Home Breaking News / ତାଜା ଖବର ଶିକ୍ଷାବିତ ତଥା ଯୋଗୀ ଅଜୟ ମୁନିଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ସ୍ମୃତିସଭା

ଶିକ୍ଷାବିତ ତଥା ଯୋଗୀ ଅଜୟ ମୁନିଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ସ୍ମୃତିସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅଭିନାଶ ମହାନ୍ତି): ମୋରଡ଼ା ବ୍ଲକ ମାଳିହତା ଗ୍ରାମର ସମାଜସେବୀ,ଶିକ୍ଷାବିତ ତଥା ଶିବମୁନି ଶିକ୍ଷାନିକେତନ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ମହାନ୍ତିଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ସ୍ମୃତିସଭା ଆୟୋଜନ କରାଯାଇଥିଲା। ଅଜୟ ମହାନ୍ତି ଶିବମୁନିଜୀ ମହାରାଜାଙ୍କ ମୁନି ସମାଜର ସଦସ୍ୟ ଥିବା ବେଳେ ତାଙ୍କ ନାମରେ ଶିବମୁନି ଶିକ୍ଷାନିକେତନ ଉଚ୍ଚ ବିଦ୍ୟାଳୟ କୁ ୧୯୯୨ ମସିହାରେ ପ୍ରତିଷ୍ଠା କରିଥିଲେ। ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରହି ଅବସର ଗ୍ରହଣ ମଧ୍ୟ କରିଥିଲେ। ବିଦ୍ୟାଳୟ ପରିସରରେ ଅନେକ ଔଷଧୀୟ ବୃକ୍ଷ ଲଗାଇ ଶ୍ରୀ ମହାନ୍ତି ୨୦୧୧ ମସିହାରେ ଓଡିଆ ସରକାରଙ୍କ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ପାଇଥିଲେ। ତେବେ ଦୀର୍ଘ ଦିନରୁ ସ୍ବର୍ଗତ ମହାନ୍ତି ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିଲେ। ମୁନି ସମାଜର ହୋଇ ସେ ଜଗ ଦର୍ଶନ, ପ୍ରତ୍ୟେକ ଚେତନା,ଶିବ-ମୁଁ ମନ୍ତ୍ର ଦର୍ଶନ ସହିତ ଜ୍ଞାନଦୀପ ମାସିକିଆ ପତ୍ରିକାରେ ମଧ୍ୟ ଶ୍ରୀ ମହାନ୍ତି ଙ୍କ ଲେଖା ପ୍ରକାଶ ପାଉଥିଲା। ଅପରପକ୍ଷରେ ମହାନ୍ତି ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଆତ୍ମ ବିଦ୍ୟା ଆଲୋଚନା ଓ ବ୍ରହ୍ମଜ୍ଞାନ ଏବଂ ଆତ୍ମଜ୍ଞାନ ପୁସ୍ତକ ଲେଖିଥିବା ଜଣାପଡିଛି। ତେବେ ଆଜି ଏକାଦଶାହ କ୍ରିୟା ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ତାଙ୍କର ବିଗତ ଦିନର ସ୍ମୃତି ଆଲୋଚନା କରାଯାଇ ଅଶୃଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସାମାଜିକ ଦୂରତା ରକ୍ଷା କରାଯାଇ ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କମଳାକାନ୍ତ ବେହେରା। ସଭାରେ ଯୋଗ ଦେଇଥିଲେ ମୟୂରଭଞ୍ଜ ସାଂସଦ ତଥା ବଂଧୁ ବିଶେଶ୍ୱର ଟୁଡୁ, ମୋରଡା ପୂର୍ବତନ ବିଧାୟକ ତଥା ସାଥି କିଶୋର ଦାସ,ବିଧାୟକ ରାଜକିଶୋର ଦାସ,ମହିଳା ମହିଳା ସଶକ୍ତିକରଣ ରାଜ୍ୟ ସମ୍ପାଦିକା ବିଷ୍ଣୁପ୍ରିୟା ଦାସ,ଅବସରପ୍ରାପ୍ତ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ଧର ମହାପାତ୍ର, ଯୋଗେନ୍ଦ୍ର ମହାନ୍ତ,ରାମଚନ୍ଦ୍ର ମହାନ୍ତ,ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ମହାନ୍ତି,ପ୍ରଧାନଶିକ୍ଷକ ସୁଧାଂଶୁ ସେଠୀ,ଶିକ୍ଷାବିତ ପ୍ରଫୁଲ୍ଲ ପଣ୍ଡା,ସମରେନ୍ଦ୍ର ଜେନା,ମୟୂରଭଞ୍ଜ ଜିଲ୍ଲା ମୁନି ସମାଜ ସଂପାଦକ ଯୋଗୀ ଅଜିତ ମୁନି, ଞାନଦୀପ ମାସିକ ପ୍ରତିକାର ସଂପାଦକ ଯୋଗୀ ସଞ୍ଜୟ ମୁନି, ସନ୍ତୋଷ ମୁନି,ସାମ୍ବାଦିକ ଘାସିରାମ ବେହେରା, ସୋରଭ ମହାନ୍ତି, ଗ୍ରାମବାସୀ କୃତିବାସ ବେହେରା, ଟୁନା ମହାପାତ୍ର, ଶଶାଙ୍କ ବେହେରା ସହିତ ପରିବାର ବର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ ଶିକ୍ଷକ ସମାଜ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ମୃତି ସଭାରେ ଉପସ୍ଥିତ ରହି ସର୍ଗତଃ ମହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସର୍ଗତଃ ମହାନ୍ତିଙ୍କ ସ୍ତ୍ରୀ ଆରତୀ ମହାନ୍ତି, ବଡ଼ପୁଅ ସାମ୍ବାଦିକ ଅବିନାଶ ମହାନ୍ତି,ସାନ ପୁଅ ଶକ୍ତିପାଦ ମହାନ୍ତି ପୁତ୍ରବଧୁ ଏବଂ ପରିବାର ବର୍ଗ ଙ୍କୁ ଉପସ୍ଥିତ ଭଦ୍ରବ୍ୟକ୍ତି ମାନେ ସ୍ୱାନ୍ତନା ଦେଇଥିଲେ।

related posts

Leave a Comment