Home Breaking News / ତାଜା ଖବର ପୁଣି ଥରେ ମନ୍ତ୍ରୀ କହିଲେ ନଭେମ୍ବରରେ ଖୋଲିବ ସ୍କୁଲ

ପୁଣି ଥରେ ମନ୍ତ୍ରୀ କହିଲେ ନଭେମ୍ବରରେ ଖୋଲିବ ସ୍କୁଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ନବମରୁ ଦ୍ୱାଦଶ ଯାଏଁ ସମ୍ପୂର୍ଣ୍ଣ କ୍ଲାସ ହେବ। ତେବେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯଦି ଅଭିଭାବକମାନେ ରାଜି ନହୁଅନ୍ତି ତେବେ ଅନଲାଇନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଚାଲିଛି। ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ। କରୋନା ପାଇଁ ୩୦% ସିଲାବସ ହ୍ରାସ ହୋଇଛି। ବାକି ୭୦% ସିଲାବସ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ।

related posts

Leave a Comment