Home Breaking News / ତାଜା ଖବର ୧୪୫ ବର୍ଷର ପୁରୁଣା ସ୍କୁଲରେ ଝୁଲୁଛି ତାଲା

୧୪୫ ବର୍ଷର ପୁରୁଣା ସ୍କୁଲରେ ଝୁଲୁଛି ତାଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋମନା(ମିଥୁନ ସାଗର ଦୁରୀଆ): ୧୮୭୫ ମସିହାରେ ସ୍ଥାପିତ ହୋଇଥିବା କେନ୍ଦ୍ର ବାଳକ ପ୍ରାଥମିକ ବିଦ୍ୟାଳୟ, କୋମନା ଏ ଅଞ୍ଚଳର ଏକ ସର୍ବ ପୁରାତନ ଐତିହାସକ ବିଦ୍ୟାଳୟ ଭାବରେ ଜଣାଶୁଣା। ସ୍ୱାଧୀନତା ପୂର୍ବରୁ ଏ ଅଞ୍ଚଳରେ ଶିକ୍ଷାର ବୀଜ ରୋପଣ କରିଥିବା ଏହି ବିଦ୍ୟାଳୟକୁ ବନ୍ଦ ହେଉଥିବାର ଶୁଣି ଗ୍ରାମବାସୀ ଘୋର ପ୍ରତିବାଦ କରିଛନ୍ତି।

ଏଇ ବିଦ୍ୟାଳୟରେ ଅଧ୍ୟୟନ କରିଥିବା, କୋମନା ସଦର ବ୍ଲକର ବରିଷ୍ଠ ନାଗରିକମାନେ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଏଇ ଶତାୟୁ ବିଦ୍ୟାଳୟକୁ କୌଣସି ପରିସ୍ଥିତିରେ ବନ୍ଦ କରିବାକୁ ଦିଆଯିବ ନାହିଁ ଏବଂ ଯଦି ଦାବି ପୂରଣ ନ ହୁଏ ତାହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

related posts

Leave a Comment