Home Breaking News / ତାଜା ଖବର ଅବହେଳିତ ଲୁଦୁ ଜଳ ପ୍ରପାତ: କେବେ ଦୃଷ୍ଟି ପଡିବ ପର୍ଯ୍ୟଟନ ବିଭାଗର?

ଅବହେଳିତ ଲୁଦୁ ଜଳ ପ୍ରପାତ: କେବେ ଦୃଷ୍ଟି ପଡିବ ପର୍ଯ୍ୟଟନ ବିଭାଗର?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିଗୁଡା(ସୁନୀଲ ପଟ୍ଟନାୟକ): ପ୍ରକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କନ୍ଧମାଳl ଏଠାକାର ସୁଉଚ୍ଚ ପାହାଡ଼ ନଦୀ ଝରଣା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି l ପର୍ଯଟନ ମାନଚିତ୍ରରେ କୋଟଗଡ ବ୍ଲକ ସୁବର୍ଣ୍ଣଗିରିର ଲୁଦୁ ଜଳ ପ୍ରପାତ ରହିଛି l ଲୁଦୁ ଜଳ ପ୍ରପାତର ଶୋଭାରାଜି ଅତି ନିକଟରୁ ଦେଖିବାକୁ ଛୁଟି ଆସନ୍ତି ଦେଶୀ ବିଦେଶୀ ପର୍ଯ୍ୟଟକl ଡିସେମ୍ବର ମାସରୁ ଆରମ୍ଭ କରି ଫେବୃଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ l ବଣଭୋଜି ପାଇଁ ଏହାଏକ ପ୍ରକୋଷ୍ଠ ସ୍ଥାନ l ଔଷଧିୟ ବୃକ୍ଷରାଜିର ସୁଗନ୍ଧ ମୁକ୍ତବାୟୁ ସୋରିଷ ମନଲୋଭା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି l କିନ୍ତୁ ଲୁଦୁ ଜଳ ପ୍ରପାତର ଆନୁସଙ୍ଗିକ ବ୍ୟବସ୍ଥା କିଛିନାହିଁl ଜଳ ପ୍ରପାତକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା ନାହିଁl ନଳକୂପ ଟିଏ ଅଛି କିନ୍ତୁ ସେଥିରୁ ପାଣି ବାହାରୁନିl ଜରାଜିର୍ଣ ଅବସ୍ଥାରେ ପଡ଼ିରହିଛି ପାହାଚ ଓ ପିଣ୍ଡି ସତେ ଯେମିତି ଭୁତକୋଠି ଭଳି ଯିଏ ବି ଖୁସି ମନରେ ଲୁଦୁ ଜଳ ପ୍ରପାତକୁ ବୁଲିବାକୁ ନିରାଶ ହୋଇଫେରୁଛିl ଲୁଦୁ ଜଳ ପ୍ରପାତର ବିକାଶ ହେଲେ କନ୍ଧମାଳର ପର୍ଯଟନର ବିକାଶ ହୁଅନ୍ତା ଓ କନ୍ଧମାଳର ଆର୍ଥିକ ଅଭିବୃଦ୍ଧି ହୁଅନ୍ତାବୋଲି ବୁଦ୍ଧିଜିବି ମତବ୍ୟକ୍ତ କରିଛନ୍ତି ଏବଂ ଏହାର ମରାମତି ସହ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଶାସନ ଶୀଘ୍ର କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତିl

related posts

Leave a Comment