Home Breaking News / ତାଜା ଖବର ପାଇଖାନାରେ ଜୀବନ କଟୁଛି

ପାଇଖାନାରେ ଜୀବନ କଟୁଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସରକାର ଗରିବ ବାସହୀନଙ୍କ ଲାଗି ମାଗଣାରେ ଘର ଯୋଗାଇ ଦେବାଲାଗି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା.,ମୋ କୁଡିଆ ଓ ବିଜୁ ପକା ଘର ଭଳି ଅନେକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବାସ୍ତବରେ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି। ପାଇଖାନାରେ ବର୍ଷ ବର୍ଷ ଧରି ଜୀବନ ବିତାଉଥିବା ଅଫିସର ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ଦେଖିଲେ ଜଣାପଡିବ। ଖଜୁରୀପଡ଼ା ବ୍ଲକ ଠାରୁ ମାତ୍ର କେଇଟା କିଲୋମିଟର ଦୂରରେ ଅରାପାଜୁ ପଞାୟତର ପେନାବାଡ଼ି ଗ୍ରାମ।

ଜଣେ ବ୍ୟକ୍ତି ମାତ୍ର ୪ ଫୁଟ୍ ଚଉଡ଼ା ୪ ଫୁଟ୍ ଲମ୍ବା ବିଶିଷ୍ଟ ଏକ ପାଇଖାନା ଘରେ ରହୁଛନ୍ତି। ଯାହାକି ସରକାରଙ୍କ ସ୍ଵଚ୍ଛ ଭାରତ ମିଶନରେ ମାଗଣାରେ ତାଙ୍କୁ ଯୋଗାଇ ଦିଆଯାଇଥିଲା। ତାହା ଭିତରେ ଆବଶ୍ୟକ ଜିନିଷ ପତ୍ର ଆଦି ରଖି ରହୁଛନ୍ତି। ପାଇଖାନା ସାମ୍ନାରେ ମୁକ୍ତ ଆକାଶ ତଳେ ରୋଷେଇ କରୁଛନ୍ତି ଓ ଦିନ ବେଳା ଜେଣ ତେଣ ପ୍ରକାରେ ଶୋଇ ବସି ସମୟ କାଟୁଥିବା ବେଳେ ରାତିରେ ଗାଁ ମଣ୍ଡପରେ ଶୋଉଛନ୍ତି ଅଫିସର ଦେହୁରୀ ସରକାରଙ୍କ ଆବାସ ଯୋଜନାରେ ମାଗଣାରେ ଘର ଖଣ୍ଡେ ଯୋଗାଇ ଦେବାଲାଗି ନେହୁରା ହେଲେ ବି ତାଙ୍କୁ ଘରଟିଏ ମିଳିନି।

ପୂର୍ବ ପୁରୁଷରୁ ଅଫିସର ଦେହୁରୀ ନିଜର ଏକ ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜି ରହୁଥିଲେ। ହେଲେ ୩ ବର୍ଷ ତଳେ ହୋଇଥିବା ଲଗାଣ ବର୍ଷା ପବନ ରେ ତାଙ୍କର ଝାଟିମାଟି ତାଙ୍କ ଘର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଫଳରେ କିଛିଦିନ ସେ ସମ୍ପର୍କୀୟ ଘରେ ରହୁଥିଲେ ତେବେ କେତେ ଦିନ ସେଠାରେ ରହିଥାନ୍ତେ। ତେଣୁ ଗତ ୨ ବର୍ଷ ହେଲା ପାଇଖାନା ଘରଟିକୁ ବାସ ଗୃହ ଭାବେ ଆପଣାଇ ନେଇଛନ୍ତି। ସେ ତାଙ୍କୁ ଆବାସ ଯୋଜନାରେ ସାମିଲି କରିବାପାଇଁ ପଂଚାୟତ ପକ୍ଷରୁ ପ୍ରସ୍ତୁତ ତାଲିକାରେ ନାଁ ଥିଲା। ହେଲେ କଣ ହେଲା କେଜାଣି ଶେଷ ମୁହୂର୍ତ୍ତରେ ତାଲିକାରୁ ତାଙ୍କ ନାଁ କୁ କୁଆଡ଼େ କାଟିଦିଆ ଯାଇଥିଲା। ଗଲା ୨ ବର୍ଷ ହେଲା ଘର ଖଣ୍ଡିଏ ପାଈଁ ପଞାୟତ ରୁ ଆରମ୍ଭ କରି ବ୍ଲକ ଓ ଜିଲାପାଳଙ୍କ ଅଫିସକୁ ଦୌଡିଥିଲେ ବି ତାଙ୍କ ଗୁହାରି କେହିବି ଶୁଣୁନାହାନ୍ତି।

ଏନେଇ ଖଜୁରୀପଡ଼ା ବିଡିଓ ରବୀନ୍ଦ୍ରନାଥ କହ୍ନରଙ୍କୁ ପଚାରିବାରେ ସେ ପେନାବାଡ଼ି ଗାଁ ଯାଇ ଅଫିସର ଦେହୁରୀଙ୍କ ଅବସ୍ତା ଦେଖିଛନ୍ତି ତାଙ୍କୁ ଯେପରି ଅତିଶୀଘ୍ର ଆବାସ ଯୋଜନାରେ ଘର ମିଳିବ ସେନେଇ ପଦେକ୍ଷପ ନିଆଯାଉଥିବା କହିଛନ୍ତି। ହେଲେ ବ୍ଲକ୍ ପ୍ରଶାସନ ଅସହାୟ ଅଫିସର ଙ୍କୁ କେବେ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେଉଛନ୍ତି ତାହା ଦେଖିବା କଥା।

related posts

Leave a Comment