Home ଖେଳ ଗୁରୁବାରଠୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ଲେ ଅଫ୍ ମୁକାବିଲା

ଗୁରୁବାରଠୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ଲେ ଅଫ୍ ମୁକାବିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଆସନ୍ତାକାଲି ଆଇପିଏଲ ପ୍ରଥମ କ୍ୱାଲିଫାୟାରରେ ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସଂଧ୍ୟା ୭ଟା ୩୦ ମିନିଟରେ ଦୁବାଇରେ ଖେଳାଯିବ। ରୋହିତ ଶର୍ମାଙ୍କ ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଶ୍ରେୟସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲସ ମୁକାବିଲାରୁ ଯିଏ ଜିତିବେ , ସେହି ଟିମ୍ ସିଧାସଳଖ ଉନ୍ନୀତ ହେବେ ଫାଇନାଲକୁ। ଆଉ ପରାସ୍ତ ହୋଇଥିବା ଦଳ, ଫାଇନାଲ ଯିବାକୁ ପାଇବ ଆଉ ଏକ ସୁଯୋଗ।

ନଭେମ୍ୱର ୬ ତାରିଖରେ ଆବୁଧାବିରେ ଖେଳାଯିବ ଏଲିମିନେଟର ମ୍ୟାଚ୍। ଏଥିରେ ଟକ୍କର ହେବ ରୟାଲ ଚାଲେଂଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ। ଏହି ମ୍ୟାଚରେ ଯିଏ ଜିତିବ, ସିଏ ଖେଳିବ ଦ୍ୱିତୀୟ କ୍ୱାଲିଫାୟର। ପରାସ୍ତ ହୋଇଥିବା ଦଳର ଆଇପିଏଲ ଅଭିଜାନ ଏହି ଠାରୁ ଶେଷ ହୋଇଯିବ। ନଭେମ୍ୱର ୮ ତାରିଖରେ ଆବୁଧାବିରେ ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍। ପ୍ରଥମ କ୍ୱାଲିଫାୟରର ପରାସ୍ତ ହୋଇଥିବା ଦଳ ସହିତ ଏଲିମିନେଟର ମ୍ୟାଚର ବିଜେତା ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍। ଏହି ହାଇଭୋଲଟେଜ୍ ମ୍ୟାଚର ବିଜେତା ଦଳ , ଚଳିତ ଆଇପିଏଲର ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବ। ନଭେମ୍ୱର ୧୦ ତାରିଖ ରାତି ସାଢେ ୭ଟାରେ ଦୁବାଇରେ ଖେଳାଯିବ ଆଇପିଏଲର ଫାଇନାଲ ମ୍ୟାଚ୍। ବିଜେତା ଦଳ ଦେବ ୨୦୨୦ ଆଇପିଏଲର ଚାମ୍ପିଅନ୍। ପରାଜିତ ଦଳ ରନର୍ସ ଅପରେ ସନ୍ତୁଷ୍ଟ ହେବ।

related posts

Leave a Comment