Home Breaking News / ତାଜା ଖବର ବିହନ ଖରାପ ଯୋଗୁଁ ଧାନ ଫସଲ ବି ଖରାପ: ଅଭିଯୋଗ କଲେ ଚାଷୀ

ବିହନ ଖରାପ ଯୋଗୁଁ ଧାନ ଫସଲ ବି ଖରାପ: ଅଭିଯୋଗ କଲେ ଚାଷୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉମରକୋଟ(ରାଜେଶ ସୁନା): ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁନିସିପାଲଟି ଅଧୀନରେ ଅନେକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଏହି ଅଞ୍ଚଳରେ କୌଣସି କଳ କାରଖାନା ବା ଆର୍ଥିକ ସ୍ଥିତି ମଜ୍ ଵୁତ୍ କଲାଭଳି କୌଣସି ବ୍ୟବସ୍ଥା ନଥିବା ବେଳେ ଅଧିକାଂଶ ଲୋକେ ଧାନ,ମକା,ବିରି, ମାଣ୍ଡିୟା ଭଳି ଅନେକ ପ୍ରକାର ଶସ୍ୟ ଚାଷ କରି ବର୍ଷ କର ଖର୍ଚ୍ଚ ତୁଲଇଥାନ୍ତି। କିନ୍ତୁ ସେହି ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇ ଥିବାରୁ ତାଙ୍କ ମୁଣ୍ଡ ଉପରେ ପଡିଛି ଖର୍ଚ୍ଚର ଚଡ଼କ।

ଏହି ଭାଗ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଉମରକୋଟ ଶଙ୍କର ଚୌଧୁରୀ ନାମକ ଗୋଟିଏ ବିହନ ଦୋକାନରୁ ସିଗ୍ନେଟ୍ କମ୍ପାନୀର ବୁଲାନ୍ଦ ୫୦-୫୦ ନାମକ ଧାନ ବିହନ ଆଣି ପ୍ରାୟ ୩୦ ରୁ ୩୫ ଏକର ଜମିରେ ଧାନ ଚାଷ କରିଥିଲେ। ଦୁର୍ଭାଗ୍ୟ ବଶତଃ ସବୁ ଫସଲ ନଷ୍ଟ ହୋଇଥିବା ଧାନ ଅମଳ ଆଗରୁ ଜାଣି ସେହି ଦୋକାନୀକୁ କହିଥିଲେ। କିନ୍ତୁ ସେହି ଦୋକନି କମ୍ପାନୀ ବଲା ସହ କଥା ହେବାକୁ କହିଥିଲେ ସେମାନେ ଯୋଗାଯୋଗ କରି ଥିଲେ। କିନ୍ତୁ ପ୍ରତିଶୃତି ଛଡା ଆଉକିଛି ପାଇ ନଥିଲେ ସେମାନେ। ଏହି ଫସଲ ନଷ୍ଟ ହୋଇଥିବା କଥା ସ୍ଥାନୀୟ କୃଷି ଅଧିକାରୀଙ୍କୁ କହିଥିଲେ କିନ୍ତୁ ସେମାନେ ନାନା ପ୍ରକାର ପାଠ ପଢ଼ାଇ ଅନେକ ଫର୍ମୁଲା ପକାଇ ସେ ଆମକୁ ଓ ଚାଷୀ ମାନଙ୍କୁ କୌଣସି ଟିପଣୀ ନଦେଇ ବିଦା କରିଦେଲେ। ଏଠି ପ୍ରଶ୍ନ ଉଠୁଚି ଯେ ବିହନ କମ୍ପାନୀ ସହିତ କୃଷି ଅଧିକାରୀ ମାନଙ୍କ କୌଣସି ଭିତିରି ସମ୍ପର୍କ ନାହିଁ ତ।ଯଦି ନାହିଁ ତା ହେଲେ ସେହି କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଯେଉଁ ଭାଗଚାଷୀ ମାନେ ଅନେକ ଟଙ୍କା ର କ୍ଷତି ସହିଛନ୍ତି ତାର ଭରଣା କରିବ କିଏ। ଏହି ଗଣମାଧ୍ୟମର ସହାୟତାରେ ସରକାରଙ୍କୁ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେ କ୍ଷତି ସହିଥିବା ଚାଷୀ ଉପରେ ଟିକେ ନଜର ପକାଇ କ୍ଷତିପୂରଣ ବାବଦକୁ ଯଦି କିଛି ସାହାଯ୍ୟ କରିଥାନ୍ତେ ତା ହେଲେ ସେମାନେ ଉପକୃତ ହୋଇଥାନ୍ତେ ବୋଲି କହିଛନ୍ତି ଏହି ଭାଗ ଚାଷୀମାନେ।

related posts

Leave a Comment