Home Breaking News / ତାଜା ଖବର ବାଘଛାଲ କାରବାରର ମାଷ୍ଟର ମାଇଣ୍ଡ ଗିରଫ

ବାଘଛାଲ କାରବାରର ମାଷ୍ଟର ମାଇଣ୍ଡ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ବାଘଛାଲ କାରବାରର ମାଷ୍ଟର ମାଇଣ୍ଡ ଗିରଫ। ଆଜି କନ୍ଧମାଳ ଜିଲ୍ଲାର ବାଘ ଚମଡା ୬ ଚୋରା କାରବାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ୩୮ ବର୍ଷ ପଞ୍ଚାନନ ଡିଗାଲକୁ ଫୁଲବାଣୀର ଗାନ୍ଧି ଛକରୁ ବନ୍ ବିଭାଗ ଗିରଫ୍ କରିଛି। ପଞ୍ଚାନନ ରଘର ଗୁଦାରି ମଲିକ ସାହିରେ। ପୁର୍ବରୁ ବାଘ ଚମଡ଼ା ଚୋରା କାରବାର ଖବର ପାଇ ଡି ଏଫଓ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ନିର୍ଦ୍ଦେଶରେ ଫୁଲବାଣୀ ରେଞ୍ଜ ଅଫିସର ସଚ୍ଚିଦାନନ୍ଦ ସେଠିଙ୍କ ନେତୃତ୍ଵରେ ବନକର୍ମଚାରୀମାନେ ଚଢ଼ାଉ କରି ବାଘ ଚ଼ମଡ଼ା ସହ ଅଟୋ ରିକ୍ସା ଜବତ କରିଥିଲେ। ସେହିପରି ଗାଁର ଅଜୁନଗଣ୍ଡା ଓ ଜାନ୍‌ମେନିଗ୍ରୀ ମର ତିର୍ଥ ମଲିକକୁ ଗିରଫ କରି କୋର୍ଟ ଚାଲାଣ କରିଥଲା। ହେଲେ ଘଟଣାର ମାଷ୍ଟର ମାଇଣ୍ଡ ପଞ୍ଚାନନ ଫେରାର ଥିଲା। ଆଜି ବନ କର୍ମଚାରିମାନେ ଗାନ୍ଧୀ ଛକରୁ ଗିରଫ କରିଥିବା କଥା ରେଞ୍ଜ ଅଫିସର ସେଠି କହିଛନ୍ତି।

related posts

Leave a Comment