Home Breaking News / ତାଜା ଖବର ମାଓ ଇଲାକାର ଗାଁ: ସମସ୍ୟା ଭିତରେ ଯୁଝି ହେଉଛନ୍ତି ଗ୍ରାମବାସୀ

ମାଓ ଇଲାକାର ଗାଁ: ସମସ୍ୟା ଭିତରେ ଯୁଝି ହେଉଛନ୍ତି ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସରକାର ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଂରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା, ବିଦ୍ୟୁତ ଉଳି ଅନେକ ସୁବିଧାସୁଯୋଗ ଯୋଗାଇଦେବା ପାଇ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି ହେଲେ ଏ ସବୁ ଅର୍ଥର ସଦବିନିଯୋଗ ହେଉନି। ସ୍ୱାଧିନତାର ଦୀର୍ଘ ୭୪ବର୍ଷ ପରେ ବି ସମସ୍ୟାଭିତରେ ଯୁଝିହେଉଛନ୍ତି ଗାଁ ଲୋକେ। ଅଭିଯୋଗ କଲେ ବି ଶୁଣୁନି ପ୍ରଶାସନ। ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାର ମାଓ ଅଞ୍ଚଳ”, କୋଟଗଡବୁକ୍ ର ଯୁବା ଗୁଡା ପଞ୍ଚାୟତର ମାଟି ଗେଡା ଗ୍ରାମରୁ। ଗାଁକୁ ଯିବା ଲାଗି ରାସ୍ତା ନାହିଁ, ଲୋକେ ନାଳ ପାର ହୋଇ ଜୀବନକୁ ବାଜି ଲଗାଇ ଯାଆସ କରୁଛନ୍ତି। କେତେବେଳେ ଯେ ଜୀବନ ଚାଲିଯିବ କହିହେବନି। ପୋଲ ନିର୍ମାଣ ଲାଗି ଅନୁଦାନ ଆସିଥିଲା। ହେଲେ ଠିକାଦାର ଅଧାପନ୍ତୁରିଆ ଅବସ୍ଥ।ରେ ଛାଡି ପଳାଇଲ।। ସେବଠାରୁ ପଢି ରହିଛି। ଅଭିଯୋଗ କଲେ ଶୁଣୁଛି କିଏ ?ଶେଷରେ ଗା ଲୋକେ ପୋଲ ଉପରେ କାଠଗକାଇ ଯାଆସ କରୁଛନ୍ତି। ବିଜୁଳି ଆଲୁଅ ମଧ୍ୟ ନାହିଁ ବର୍ଷବର୍ଷ ଧରି। ଅନ୍ଧାରରେ ରହୁଛନ୍ତି। ସରକାର ବିଜୁଳି ଦେଲେ କିନ୍ତୁ ଟ୍ରାନସଫରମର ପୋଡିଗଲ। କେଇଟା ଦିନରେ, ସେବେଠୁ ଅନ୍ଧାରରେ ଅଛନ୍ତି।
ପାଣି ପାଇମାଇଲ ମାଇଲ ବାଟ ଯିବାକୁ ପଡୁଛି। ନଳକୁପ ଗୋଟିଏ ସେଇଠୁ ପାଣି ଆସୁନି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଠି ଦେବା ଜରୁରୀ। ନଚେତ ଗ୍ରାମବାସୀ ଶେଷରେ ଆନ୍ଦୋଳନ କରିବାକୁ ବାଧ୍ଯ ହେବେ ଏଥିରେ ସନ୍ଦେହ ନାହିଁ।

related posts

Leave a Comment