Home Breaking News / ତାଜା ଖବର ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନୋଡାଲ ଅଧିକାରୀ, PD,DRDA, ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ନବରଙ୍ଗପୁର, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, APD,DRDA,(Admn), ଶ୍ରୀ ରତ୍ନାକର ସାହୁ, ନିର୍ବାହୀ ଯନ୍ତ୍ରୀ,RWSS,ଅମରେନ୍ଦ୍ର ପାଢ଼ୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, CDMO, ଡାକ୍ତର ଚୌଧୁରୀ ଶୋଭାରଣୀ ମିଶ୍ର, CDVO, ନାରାୟଣ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁରେଖା ସୁନ୍ଦରୀ ମଲ୍ଲିକ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ନବରଙ୍ଗପୁର ସୁଦାମ ଚରଣ ମହାପାତ୍ର, Umerkote ସନ୍ତୋଷ କୁମାର ସାମଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

ବୈଠକରେ ନବରଙ୍ଗପୁର ଜିଲ୍ଲାରେ ନୀତି ଆୟୋଗ ଦ୍ୱାରା ଅନୁମୋଦିତ ହୋଇଥିବା କୋଷାଗୁମୁଡ଼ା ବ୍ଲକର ବଡ ଅମ୍ବାଡା, କୋଡ଼ିଂଗା, ଡାବୁଗାଁ, ରାଇଘର, ଝରିଗାଁ ଏବଂ ଉମରକୋଟ ବ୍ଲକରେ ଇ-ନାମ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ୧୦ ନଭେମ୍ବର ୨୦୨୦ ସୁଦ୍ଧା ଆରମ୍ବ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଟଭରଣ୍ଡି ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରରେ ପାନୀୟଜଳର ସୁବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ନନ୍ଦାହାଣ୍ଡି, ଝରିଗାଁ ଏବଂ ରାଇଘର ବ୍ଲକରେ ନୀତିଆୟୋଗ ଦ୍ୱାରା ଅନୁମୋଦିତ ଏନିମିୟା ମୁକ୍ତ ପ୍ରକଳ୍ପ ର ଅଗ୍ରଗତି ଏବଂ କାର୍ଯ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରା ଯାଇଥିଲା।

ନବରଙ୍ଗପୁର ଜିଲ୍ଲାର ଶିକ୍ଷା କ୍ଷେତ୍ରରେ 12 ଗୋଟି ବିଦ୍ୟାଳୟରେ ଓଡ଼ିଆ ଛାତ୍ର ଛାତ୍ରୀ ଙ୍କୁ smart Class ମାଧ୍ୟମରେ CBSC ଏବଂ ICSE ପାଠ୍ୟ ଖସଡ଼ା ଜରିଆରେ ଶିକ୍ଷା ପ୍ରଦାନ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ।

related posts

Leave a Comment