Home Breaking News / ତାଜା ଖବର ହାରିଲା ଚେନ୍ନାଇ: ଖେଳିବେ ଧୋନି

ହାରିଲା ଚେନ୍ନାଇ: ଖେଳିବେ ଧୋନି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି ଧୋନୀ। ହେଲେ ଆହୁରି ଖେଳିବେ ଆଇପିଏଲ। ଇଣ୍ଡିଆନ୍ ପ୍ରିମିୟର ଲିଗରୁ ଧୋନୀଙ୍କ ଖେଳ ସରିନି। ଏକଥା ଆମେ କହୁନୁ। ଏନେଇ ନିଜେ ଇସାରା କରିଛନ୍ତି ଧୋନୀ। ଯାହାକୁ ନେଇ ସାରା ବିଶ୍ୱ କ୍ରିକେଟରେ ଧୋନୀଙ୍କ ଫ୍ୟାନଙ୍କ ଭିତରେ ଖୁସି ଖେଳି ଯାଇଛି। ୨୦୨୦ ଇଣ୍ଡିଆନ୍ ପ୍ରିମିୟର ଲିଗର ସଂସ୍କରଣରେ ଏହା ଭିତରେ ଟାଇଟଲ ଦୌଡରୁ ବାଦ୍ ପଡି ସାରିଛି ଚେନ୍ନାଇ ସୁପରକିଙ୍ଗସ୍। ଦଳ ପଏଂଟ ଟେବୁଲର ସବୁଠାରୁ ତଳେ ରହିବା ସହ ଏଥର ପ୍ଲେ ଅଫ୍ ରେସରୁ ପ୍ରଥମ ଦଳ ଭାବେ ବିଦା ହୋଇଛି।

ତେବେ ଚେନ୍ନାଇ ସିନା ଆଇପିଏଲରୁ ଏଥର ବାଦ୍ ପଡିଛି, କିନ୍ତୁ ଧୋନୀଙ୍କ ଖେଳ ସରିନାହିଁ। ଏବେ ଆଇପିଏଲରୁ ଅବସର କଥାକୁ ନିଜେ ଖଣ୍ଡନ କରିଛନ୍ତି କ୍ୟାପଟେନ୍ କୁଲ୍ ମାହୀ। କିଙ୍ଗସ୍ ଇଲେଭେନ୍ ପଂଜାବ ବିପକ୍ଷରେ ଏଥର ଲିଗ ମ୍ୟାଚର ଶେଷ ମ୍ୟାଚ୍ ଖେଳିଥିଲା ଚେନ୍ନାଇ ସୁପର କିଙ୍ଗସ୍। ଟସ୍ ପାଇଁ ଅମ୍ପାୟାରଙ୍କ ସହ କ୍ରିଜକୁ ଆସିଥିଲେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ଏବଂ ପଂଜାବ କ୍ୟାପଟେନ୍ ଲୋକେଶ ରାହୁଲ। ଟସ୍ ଜିତିବା ପରେ କମେଂଟେଟର ଡାନି ମୋରିସନ ଧୋନୀଙ୍କୁ ଚାହିଁ ପ୍ରଶ୍ନ ପଚାରିଥିଲେ ଏହା ହୁଏତ ଆପଣଙ୍କ ଆଇପିଏଲ କ୍ୟାରିୟରର ଶେଷ ଟସ୍ ହୋଇପାରେ। ବାସ୍ ଅମ୍ପାୟାରଙ୍କ ଏହି ପ୍ରଶ୍ନରେ ହସି ଦେଇ, ଧୋନୀ ଦୁଇଟି ଶବ୍ଦରେ ରଖିଥିଲେ ଉତର, ଡେଫିନାଇଟଲି ନଟ୍। ଅର୍ଥାତ୍ ନିଶ୍ଚିତ ଭାବେ ନୁହଁ। ଏହାର ସିଧାସଳଖ ଅର୍ଥ ଅବସର ଏବେ ନୁହଁ। ଏହାର ଅର୍ଥ ଆଇପିଏଲରୁ ରିଟାୟାରମେଂଟ ଏବେ ନେବେନି ଧୋନୀ। ଅର୍ଥାତ୍ ୨୦୨୧ ସିଜିନରେ ବି ଖେଳିବେ ଧୋନୀ। ବାସ୍ ଧୋନୀଙ୍କ ଏହି କଥା ହିଁ ବିଜୁଳି ବେଗରେ ଖେଳି ଯାଇଛି। ଆଇପିଏଲରୁ ଏବେ ଅବସର ନେଉନାହାନ୍ତି ଧୋନୀ। ଆଗକୁ ଜାରି ରହିବ ଖେଳ। ଦର୍ଶକଙ୍କୁ ଖୁସି କରିବାକୁ ପୁଣି ହଳଦିଆ ଜର୍ସିରେ ପଡିଆକୁ ଓହ୍ଲାଇବେ ଧୋନୀ।

୨୦୧୯ ଦିନିକିଆ ବିଶ୍ୱକପ୍ ସେମି ଫାଇନାଲରୁ ଭାରତ, ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେବା ପର ଠାରୁ ଧୋନୀ ଆଉ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତନ କରିନାହାନ୍ତି। ଦୀର୍ଘ ମାସ କ୍ରିକେଟରୁ ଦୂରରେ ରହିବା ପରେ ଦିନିକିଆ ଓ ଟି ୨୦ କ୍ରିକେଟକୁ ଅଲବିଦା କରିଦେଇଥିଲେ। ଏବେ କିନ୍ତୁ ୨୦୨୦ରେ ଆଇପିଏଲରୁ ଚେନ୍ନାଇ ଦଳ ବିଦା ହୋଇଯିବା ପରେ ଧୋନୀ ନେଉନାହାନ୍ତି ଅବସର। ଏହାର ଅର୍ଥ ୨୦୨୧ ଆଇପିଏଲରେ ଧୋନୀ ପୁଣି ଥରେ ହଳଦିଆ ଜର୍ସିରେ ପଡିଆକୁ ଓହ୍ଲାଇବେ।

related posts

Leave a Comment