Home Breaking News / ତାଜା ଖବର ଗାଡି ଚକା ତଳେ ଚାଲିଗଲା ଯୁବକର ଜୀବନ

ଗାଡି ଚକା ତଳେ ଚାଲିଗଲା ଯୁବକର ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): ରାୟଗଡା ଜିଲ୍ଲା ମୁନିଗୁଡାର ନିର୍ମାଣ ଧିନ ନୂଆ ଷ୍ଟାଡିୟମର କିଛି ଦୂରରେ ଜଣେ ଯୁବକର ମୃତଦେହ ପଡିଥିବା ସେହି ବାଟଦେଇ ଆସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଅଜଣା ବ୍ୟକ୍ତି ହୋଇଥିବାରୁ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶଵ ଜଵତ କରି ଵ୍ୟବଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଛନ୍ତି। ଅଜଣା ଏହି ଯୁବକଙ୍କ ଶବପାଖରେ ପଡିଥିବା ପାନ୍ କାର୍ଡରୁ ଜଣାପଡିଛି ମୃତ ଯୁବକ ହେଉଛନ୍ତି ଅସୁରପଡା ଗ୍ରାମର ରୋହିଦାଶ କରକରିଆ। ହେଲେ ଏହି ଦୁର୍ଘଟଣା ଟ୍ରକଦ୍ଵାରା ହୋଇଥାଇ ପାରେ ଵୋଲି ଆଲୋଚନା ହେଉଛି। ପୋଲିସ୍ ଏକ ଅପମୃତ ମାମଲା କରି ଅଧିକ ତଦନ୍ତ ଜାରି ରଖିଥିଵା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

related posts

Leave a Comment