Home Breaking News / ତାଜା ଖବର ବଡ଼ଘୁମର ଠାରେ ମା ଚକାମଲେନଙ୍କ ଦଶହରା ପର୍ବ ପାଳିତ

ବଡ଼ଘୁମର ଠାରେ ମା ଚକାମଲେନଙ୍କ ଦଶହରା ପର୍ବ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଦଣ୍ଡ ପାଟ ଅଞ୍ଚଳର ବଡ ଘୁମରଠାରେ ଇଷ୍ଟ ଦେବି ମା ଚକାମଲେନଙ୍କ ଦଶହରା ପର୍ବ କୋଭିଡ କଟକଣା ମଧ୍ୟରେ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ସାମାଜିକ ଦୂରତା ରକ୍ଷାକରି ପାଳିତ ହୋଇଯାଇଅଛି। ମାଙ୍କ ଦଶହରା ପର୍ବରେ ପ୍ରତିବର୍ଷ ବଡ଼ ଘୁମର ଗାଁ ଗନ୍ତିଆ ଓ ପର୍ଲା ଗନ୍ତିଆଙ୍କ ଘରୁ ପୂଜା ସାମଗ୍ରୀ ଗଲାପରେ ମାଙ୍କ ପୂଜା ଆରମ୍ବ ହୋଇ ଥାଏ ଓ ପରେ ସାଧାରଣ ଲୋକଙ୍କର ପୂଜାର୍ଚ୍ଚନା ହୋଇଥାଏ। କିନ୍ତୁ
ଚଳିତ ବର୍ଷ କୋଭିଡି କଟକଣା ଯୋଗୁଁ ତାହା ବର୍ତମାନ ବ୍ୟତିକ୍ରମ ଦେଖାଦେଇଛି ଗାଁ ଲୋକଙ୍କ ନିଷ୍ପତି କ୍ରମେ କେବଳ ୭ଜଣ ବ୍ୟକ୍ତି ମାଙ୍କ ପୀଠକୁ ଯାଇ ପୂଜାର୍ଚନା କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା। ତେଣୁ ମାଙ୍କ ଦର୍ଶନ ଭକ୍ତ ମାନେ କରି ପାରିନଥିବାରୁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ। ଏନେଇ ମାଙ୍କ ସେବକ ଜିତେନ୍ଦ୍ର ପୁଜାରିଙ୍କ ପ୍ରତିକ୍ରିୟା ନେଇଥିଲୁ ସେ କହିଥିଲେ,ପୂଜାର ପୂର୍ବରୁ ଗାଁରେ ସଭା ଆୟୋଜନ କରି ଆମ୍ଭେ ନିଷ୍ପତିନେଇଥିଲୁ ଗାଁରୁ ସାତ ଜଣ ମାଙ୍କ ପୀଠ ଯାଇ ପୂଜା ଭୋଗ ଲାଗି ହୋଇଥିବାର ପ୍ରକାଶ କରିବା ସହ ପୂଜାରେ ମାଙ୍କ ଦର୍ଶନ ନ ପାଇ ସହ ସହ ଭକ୍ତ ଅସନ୍ତୁଷ୍ଟ ରହିଥିବା ଭାବ ବ୍ୟକ୍ତ କରିଛନ୍ତି।

related posts

Leave a Comment