Home Breaking News / ତାଜା ଖବର ମନେ ପଡନ୍ତି ଶରତ ଓ ଗୁରୁପଦ

ମନେ ପଡନ୍ତି ଶରତ ଓ ଗୁରୁପଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ: “ମାହାଙ୍ଗା ସ୍ୱାଭିମାନ ମଞ୍ଚ” ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱରଠାରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଦିବଙ୍ଗତ ନେତା ଶରତ କର ଓ ଗୁରୁପଦ ନନ୍ଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିବା ସବୁ ରାଜନୀତିକ ଦଳର ନେତାମାନେ ଦୁଇ ଦିବଙ୍ଗତ ନେତାଙ୍କ ସ୍ମୃତି ଚାରଣ କରିବା ସହିତ ମାହାଙ୍ଗା ମାଟିର ଦୁଇ ବରପୁତ୍ରଙ୍କ ଅନେକ ଲୋକାଭିମୁଖୀ କାମକୁ ପ୍ରଶଂସା କରିଥିଲେ। ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବାମପନ୍ଥୀ ନେତା ଜନାର୍ଦନ ପତି , କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର , ବିଜେପି ନେତା ଚୌଧିରୀ ପ୍ରଭାତ କେଶରୀ ମିଶ୍ର ପ୍ରମୁଖ ଯୋଗଦେଇ ଉଭୟ ପୂର୍ବତନ ବାଚସ୍ପତି ସ୍ବର୍ଗତ ଶରତ କର ଓ ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବାସହ ରାଜନୀତି କ୍ଷେତ୍ରରେ ରହିଥିବା ଦୁଇ ନେତାଙ୍କ ଦକ୍ଷତା ଅବତାରଣା କରିଥିଲେ ଏବଂ ଦିବଂଗତ ନେତା ଶରତଙ୍କୁ ପରଲୋକ ଗମନ ପରେ ସରକାର ଯଥୋଚିତ ସମ୍ମାନ ଦେଇ ନଥିବାରୁ ଉପସ୍ଥିତ ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ।

related posts

Leave a Comment