Home Breaking News / ତାଜା ଖବର ଗିରଫ ଭୟରେ ଗାଁ ଶୂନ୍ୟ: ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରି ବୁଲୁଛନ୍ତି ଗ୍ରାମବାସୀ

ଗିରଫ ଭୟରେ ଗାଁ ଶୂନ୍ୟ: ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରି ବୁଲୁଛନ୍ତି ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ପୋଲିସକୁ ପିଟିଲେ ଏବେ ଗିରଫ ଭୟରେ ଜଙ୍ଗଲରେ ଲୁଚିଲେ। ପୋଲିସ୍ ଗିରଫ ଭୟରେ ଗତ ଦୁଇ ଦିନ ହେଲା କନ୍ଧମାଳ ଜିଲ୍ଲା ବ୍ରହ୍ମଣୀ ଗାଁ ଅନ୍ତର୍ଗତ ମେରାମା ଗାଁ ଜନ ଶୂନ୍ୟ ହୋଇପଡିଛି। ଗ୍ରାମର ସପ୍ତାଧିକ ପୁରୁଷ ଓ ମହିଳା ଜଙ୍ଗଲରେ ଲୁଚିଛନ୍ତି। ଭୋକ ଓ ଶୋଷ ସବୁକିଛି ଭୁଲିଯାଇଛନ୍ତି। ଆଉ ଶୀତକୁ ଖାତିର୍ ନକରି ଛୁଆ ପିଲା ସମସ୍ତେ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରି ବୁଲୁଛନ୍ତି। ଏପଟେ ସଶସ୍ତ୍ର ପୋଲିସ୍ ଗିରଫ କରିବାକୁ ତୁହାକୁତୁହା ଗାଁରେ ପଇନ୍ତ୍ର ମାରୁଛି। ଏଥିସହିତ ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରିସାରିଛି।

ସୂଚନା ଅନୁସାରେ, ଶନିବାର କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମଣୀ ଗାଁ ପୁଲିସ ମେରାମା ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିବାକୁ ଯାଇଥିଲେ। ସେହି ସମୟରେ ଗ୍ରାମବାସୀ ମିଳିମିଶି ପୋଲିସ ଉପରକୁ ଆକ୍ରମଣ କରିବା ସହ ପୋଲିସ୍ ଜିପ୍ ଭଙ୍ଗା ରୁଜା କରିଥିଲେ। ଏଥିରୁ ଥାନା ଅଧିକାରୀ ରଣଜିତ୍ ମୁନିଙ୍କ ସମେତ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ। ତେବେ ଏନେଇ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଖୋଜିବା ଆରମ୍ଭ କରିଥିଲା। ଗାଁ ଲୋକେ ଗିରଫ୍ ଭୟରେ ଜଙ୍ଗଲରେ ଲୁଚିଥିବା ଦେଖିବାକୁ ମିଳିଛି।

related posts

Leave a Comment