Home Breaking News / ତାଜା ଖବର ଗାଁର ନାଁ କୋଡ଼ିଗୁମା

ଗାଁର ନାଁ କୋଡ଼ିଗୁମା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳା କାନ୍ତ ବାତ୍ରା): ଗାଁର ନାଁ କୋଡ଼ିଗୁମା। ଯେଉଁଠି ବିକାଶ ପାଲଟିଛି ସର୍ବନାଶ। ଆମେ କହୁଛୁ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ଡାଳିଆକୁଜି ପଂଚାୟତ ଅନ୍ତର୍ଗତ କୋଡ଼ିଗୁମା ଗାଁର କଥା। ଏହି ଗାଁର ଚିତ୍ରକୁ ଦେଖିଲେ ଆପଣ ବୁଝିପାରିବେ ଏଥର ବିକାଶର କଥା। ଗାଁରେ ନଳକୂପ ଅଛି କିନ୍ତୁ ତାହା ଦୀର୍ଘବର୍ଷ ଧରି ଅଚଳ ହୋଇପଡିଛି। ଝରଣା ପାଣି ହିଁ ସେମାନଙ୍କ ଭରଷା। ଝରଣା ପାଣି ପିଇ ଅନେକ ଲୋକ ରୋଗର ଶିକାର ହେଉଛନ୍ତି। ରୋଗ ନିରାକରଣର କଥା ଉଠିଲେ ତାହା ମଧ୍ୟ ସେମାନଙ୍କ ପାଇଁ ସ୍ୱପ୍ନ। କାରଣ ଗାଁକୁ ଯିବାକୁ ହେଲେ ରାସ୍ତା ବି ନାହିଁ। ଗାଁ ଭିତରକୁ ଆସିପାରେନି ଆମ୍ବୁଲାନ। ସବୁ ଦିଗରୁ ପଛରେ ପଡିଛି କୋଡ଼ିଗୁମା ଗାଁ। ଏନେଇ ଗାଁ ଲୋକ ସରପଞ୍ଚ ଓ ବ୍ଲକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ। ତେବେ କୋଡ଼ିଗୁମା ଗ୍ରାମବାସୀଙ୍କୁ କେବେ ମିଳିବ ମୌଳିକ ସୁବିଧା, ତାହା ଏକ ପ୍ରଶ୍ନବାଚୀ ହୋଇ ରହିଯାଇଛି।

related posts

Leave a Comment