Home Breaking News / ତାଜା ଖବର କରୋନା ଛଡ଼ାଇ ନେଲା କୁନି କୁନି ପିଲାଙ୍କ ପାଠପଢା

କରୋନା ଛଡ଼ାଇ ନେଲା କୁନି କୁନି ପିଲାଙ୍କ ପାଠପଢା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ପାଠ ପଢିବା ବୟସରେ ପଥର କୁଆଁରୀରେ କାମ କରୁଛନ୍ତି କୁନି କୁନି ଶିଶୁ। ଏପରି ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ନାଗରାଡ଼ଙ୍ଗରି ଗାଁରେ। କରୋନା ମହାମାରୀ ଲାଗି ସବୁ ସ୍କୁଲ ଛୁଟି ଥିବା ବେଳେ ପିଲାମାନେ ପାଠ ପଢିବାରୁ ବଞ୍ଚିତ ହୋଇଛନ୍ତି। ଅଧିକାଂଶ ନବରଙ୍ଗପୁର ଜିଲ୍ଲାରେ ନା ଚାଲିଛି online class ନା ଶିକ୍ଷକମାନେ ଯାଉଛନ୍ତି ପାଠ ପଢ଼ାଇବାକୁ। ତେବେ ଏହି ପରିପକ୍ଷରେ ପିଲାମାନେ ଯାଉଛନ୍ତି କୁଲି କାମକୁ କିଏ ଧାନ କାଟିବାକୁ ତ କିଏ ମକା ଭାଙ୍ଗିବାକୁ। ଏବେ ବେଆଇନ ପଥର ମାଫିଆଙ୍କ କାୟା ଦିନକୁ ଦିନକୁ ବୃଦ୍ଧି ହେବାରେ ଲାଗିଛି। ଗାଁ ପାଖରେ ଥିବା ଏକ ପାହାଡରେ କୁନି କୁନି ଶିଶୁମାନେ ପଥର ମୁଣ୍ଡରେ ବହି ପ୍ରତ୍ୟକ ଦିନ ଏହି ପଥର କୁଆଁରୀରେ ଆସି କାମ କରୁଛନ୍ତି ଓ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି।

ଏନେଇ ଆମେ ଶିଶୁ ଶ୍ରମିକ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲୁ ମାତ୍ର ଯୋଗାଯୋଗ ହୋଇପାରିନଥିଲା। ତେବେ ସରକାରଙ୍କ ଶିଶୁ ଶ୍ରମିକ ବିରୋଧୀ ନୀତିକୁ ଏହା ଉପହାସ କରୁଛି। ଏଠାରେ ପ୍ରଶ୍ନ ଏଭଳି ପଥର ବୋହିବା କାର୍ଯ୍ୟରେ କୌଣସି ଶିଶୁର ଅଘଟଣ ଘଟେ, ତେବେ ଦାୟୀ କିଏ ରହିବ.? ଏପରି ବିଭିନ୍ନ ପ୍ରଶ୍ନ କରିଛନ୍ତି ବୃଦ୍ଧିଜୀବୀମାନେ। ଏଣୁ ଜିଲା ଶିଶୁ ଶ୍ରମିକ ଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ଶିଶୁ ଶ୍ରମିକ ପ୍ରଥାକୁ କଡା କଡ଼ି ପାଳନ କରି ଶିଶୁ ମାନଙ୍କୁ ଶ୍ରମିକ କାର୍ଯ୍ୟ ରୁ ନିବୃତ କରାଇ ବିଦ୍ୟା ଅଧ୍ୟ୍ୟୟନ ଉପରେ ଗୁରୁତ୍ୱାରୋପ ଦେବା ସହ ଶିଶୁ ମାନଙ୍କୁ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କ ବିରୁଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଦୃଢ ଦାଵୀ ହେଉଛି।

related posts

Leave a Comment