Home Breaking News / ତାଜା ଖବର ପୁଣି ଜନନୀ ଯନ୍ତ୍ରଣା: ଅଟୋରେ ପ୍ରସବ ପରେ ଶିଶୁ ମୃତ

ପୁଣି ଜନନୀ ଯନ୍ତ୍ରଣା: ଅଟୋରେ ପ୍ରସବ ପରେ ଶିଶୁ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣାI ଆମ୍ପୁଲାନ୍ସ ଆସିଲାନି, ଫଳରେ ଅଟୋରେ ଡାକ୍ତରଖାନା ଗଲେ। ଆଉ ସେଠାରେ ଡାକ୍ତର ନଥିଲେ। ତେଣୁ ଅପେକ୍ଷା କରି ଶେଷରେ ପୁଣି ଅଟୋରେ ଗାଁକୁ ଫେରିବା ବାଟରେ ସନ୍ତାନ ପ୍ରସବ ହେଲା। ମାତ୍ର ନବଜାତ ଶିଶୁର ମୃତ୍ୟୁ ହୋଇଗଲା। ଏଭଳି ଅଦ୍ଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ପର୍ତ୍ତମାହା ପଞ୍ଚାୟତର ପାଡେଲମାଲାଗାରେ। ଗ୍ରାମର ସୁଜାତା ପ୍ରଧାନ ନାମକ ଜଣେ ଗର୍ଭଵତି ମହିଳାଙ୍କ ପ୍ରସବ ବେଦନା ହେବାରୁ ଦାରିଙ୍ଗବାଡି ମେଡିକାଲକୁ ନେଇଥିଲେ। ହେଲେ ଡାକ୍ତର ନଥିବା କଥା ଜଣେ କର୍ମଚାରି କହିବାରୁ ପରିବାର ଲୋକେ ଅଟୋରେ ଘରକୁ ଆଣିବା ବେଳେ ବାଟରେ ପ୍ରସବ ହୋଇଥିଲା। ସରକାର ଗରିବ ଲୋକଙ୍କ ମାଗଣା ଚିକିତ୍ସା ସେବା ଯୋଗାଇ ଦେଉଥିବା କହୁଛନ୍ତି। କିନ୍ତୁ ପ୍ରକୃତରେ କିଭଳି ସେବାମିଳୁଛି ସୁଜାତା ଘଟଣାକୁ ଦେଖିଲେ ଜାଣି ହେବ। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରୁଛନ୍ତି।

related posts

Leave a Comment