Home Breaking News / ତାଜା ଖବର ବନ୍ଦ କୋଠରି ଭିତରୁ ମାଆ ପୁଅଙ୍କ ମୃତଦେହ ଉଦ୍ଧାର

ବନ୍ଦ କୋଠରି ଭିତରୁ ମାଆ ପୁଅଙ୍କ ମୃତଦେହ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ଜ୍ୟୋତି ପ୍ରକାଶ ସାହୁ): ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ କୁମୁଲି ପଞ୍ଚାୟତର ଜାମଦୋରା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି l ଗୋଟିଏ ବାଉଣ୍ଡ୍ରି ଭିତରେ ଦୁଇଟି ଘରୁ ମାଆ ଓ ପୁଅର ଶବ ଉଦ୍ଧାର କରିଛି ପୋଲିସl ସୂଚନା ଅନୁସାରେ, ରାଇଘର ଥାନା ଅନ୍ତର୍ଗତ କୁମୁଲି ପଞ୍ଚାୟତର ଜାମଦୋରା ଗ୍ରାମର ମାଆ ସାଇବନି ହରିଜନ( ୬୭ )ଓ ପୁଅ ତୁଳସୀ ରାମ ହରିଜନ( ୪୫ )ଦୁହେଁ ଏକାଠି ରହି ଆସୁଥିଲେ l କିନ୍ତୁ କିଛି ଦିନ ହେବ ଏମାନଙ୍କର ଦେଖା ମିଳୁ ନଥିବା ବେଳେ ଆଜି ସକାଳେ ଗ୍ରାମର ରଘୁ ପତିହରିଜନ ନାମକ ଜଣେ ବ୍ୟକ୍ତି ସାଇବନି ହରିଜନ ରହୁଥିବା କୁଡ଼ିଆ ଘରେ ଯାଇ କବାଟ ଖୋଲି ଦେଖିବା ବେଳକୁ ସାଇବନି ବେକରେ ଦଉଡି ଦେଇ ଝୁଲି ରହିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲ l

ଗ୍ରାମବାସୀ ଏହା ଦେଖି ପୁଅ ତୁଳସୀକୁ ଖୋଜି ଥିଲେl ପୁଅ ତୁଳସୀର ଅନ୍ୟ ଏକ ଘର ଭିତରେ ଥିବା ଶେଯରେ ମୃତଦେହ ପଡି ଥିବା ଗ୍ରାମବାସୀ ଦେଖିଥିଲେl ଏହା ଦେଖି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଏହା ପରେ ଗ୍ରାମବାସୀ ତରଫରୁ ରାଇଘର ଥାନାରେ ଅବଗତ କରିବା ପରେ ଥାନା ଅଧିକାରୀ ଅଭୟ ବେହେରା ସହ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l କେଶ୍ ନମ୍ବର ୬୨ /୨୦୨୦ ଓ ୬୩ /୨୦୨୦ ଦୁଇଟି ଅପ ମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛିl ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ସମ୍ପର୍କରେ ସବୁ କିଛି ପ୍ରମାଣ ମିଳିବ ବୋଲି ପୋଲିସ କହିଛିl ଅପରପକ୍ଷରେ ପୁଅର ଦେହ ଖରାପ ହେବା ପରେ ପୁଅ ମୃତ୍ୟୁ ଖବର ପାଇ ମାଆ ନିଜେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଓ ପୋଲିସ ଅନୁମାନ କରୁଥିବା ବେଳେ ଏହି ଘଟଣାର ତଦନ୍ତ ଜାରୀ ରଖିଛି ପୋଲିସl

related posts

Leave a Comment