Home Breaking News / ତାଜା ଖବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଧର୍ମଗଡ ବିଧାୟକଙ୍କ ପରିଦର୍ଶନ: ସ୍ୱାସ୍ଥ୍ୟ ସେବା ଚାଲିଛି ବିନା ଡାକ୍ତରରେ

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଧର୍ମଗଡ ବିଧାୟକଙ୍କ ପରିଦର୍ଶନ: ସ୍ୱାସ୍ଥ୍ୟ ସେବା ଚାଲିଛି ବିନା ଡାକ୍ତରରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାୟକ ମୌସୁଧି ବାଗଙ୍କ ହଟାତ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନକୁ ନେଇ ବିଭିନ୍ନ ମହଲରୁ ଚର୍ଚ୍ଚା ବିଷୟ ପାଲଟିଛି। ତେବେ ପରିଦର୍ଶନ ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ବିଧାୟକ କ୍ଷୁବ୍ଧ ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ଜଣ ଡାକ୍ତର ଥିବା ବଦଳରେ କେବଳ ଜଣେ ଡେପୁଟି ଆଶୁ ଡାକ୍ତର ଓ ଜଣେ ସିନିୟର ଡାକ୍ତର ଥିବା ଜଣାପଡିଛି। ତେବେ ସିନିୟର ଡାକ୍ତର ଜଣକ ଡିଉଟି ଆଦ୍ୟଉ କରୁ ନ ଥିବା ବେଳେ ରୋଗୀମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଗର୍ଭବତୀଙ୍କ ପ୍ରସବ ସମୟ ବେଳେ ସେବା ନ ପାଇଁ ହଇରାଣ ହରକତ ହେଉଥିବା ଲୋକେ ବିଧାୟକ ପାଖରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡାକ୍ତର ନିଯୁକ୍ତି ଯୁଦ୍ଧକାଳୀନ ଭିତ୍ତିରେ କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ତେବେ ବିଧାୟକ ତଥା ଶୀଘ୍ର ଡାକ୍ତର ନିଯୁକ୍ତ କରାଯିବା ପ୍ରତିଶ୍ରୁତି ଦେବା ସହ ଚିକିତ୍ସା ଅଧିକାରୀଙ୍କୁ ନିଜ ଡିଉଟି ଭଲ ଭାବର ନିଭାଇବାକୁ ତାଗିଦ କରିଥିଲେ।

related posts

Leave a Comment