Home Breaking News / ତାଜା ଖବର ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ମାଡ଼

ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ମାଡ଼

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ରାହ୍ମଣୀ ଗାଁରେ ଅଭାବନୀୟ ଘଟଣାl ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସ ଉପରକୁ ଆକ୍ରମଣ ଗାଡି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛିl କୁମାର ପୂର୍ଣ୍ଣମୀ ଅବସରରେ ଗାଁ ଦାଣ୍ଡରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ଗ୍ରାମବାସୀଙ୍କୁ ପିଟିଥିଲାl ଆଉ ଏଥିରେ ଅତିଷ୍ଠ ହୋଇ ଗ୍ରାମବାସୀ ସଙ୍ଘବଧ ଭାବେ ପୋଲିସ ଉପରକୁ ଆକ୍ରମଣ କରିବା ସହିତ ଗାଡି ଭଙ୍ଗାରୁଜା କରିଛନ୍ତିl ଗ୍ରାମବାସୀଙ୍କ ମାଡ଼ରେ ଥାନା ଅଧିକାରୀ ରଂଜିତ କୁମାର ମୁନି ଆହତ ହୋଇଥିବା ଜଣାପଡିଛିl ଘଟଣା ପରେ ପୋଲିସ ଅଧିକ ସଂଖ୍ୟକ ପୋଲିସ ନେଇ ଛଅ ଜଣକୁ ଗିରଫ କରିଛିl ସେପଟେ ଗିରଫ ଭୟରେ ମେରାମାହା ଗାଁ ଜନଶୂନ୍ୟ ହୋଇଛି l ଲୋକେ ପିଲା ଛୁଆ ଧରି ଜଙ୍ଗଲରେ ରହୁଛନ୍ତିl ପୋଲିସର ମାତ୍ରାଧିକ କାର୍ଯାନୁଷ୍ଠାନକୁ ବିରୋଧ କରି ପୋଲିସ ଉପରକୁ ଆକ୍ରମଣ କରିଥିବା କହୁଛନ୍ତି ଗ୍ରାମବାସୀl

related posts

Leave a Comment