Share with
କଳାହାଣ୍ଡି(ରାଜୁ ପାହାଡ଼): ଟିକଟକରୁ ବଢିଲା ପ୍ରେମ। ହେଲେ କୌଣସି ଯୁବକ କିମ୍ବା ଯୁବତୀଙ୍କ ଭିତରେ ନୁହେଁ। ବରଂ ଏ ସମ୍ପର୍କ ଗଢି ଉଠିଲା ଦୁଇଜଣ ଯୁବତୀଙ୍କ ଭିତରେ। ପ୍ରେମ ମୁଁହାଇଲା ସମଲିଙ୍ଗୀ ସମ୍ପର୍କ ଆଡକୁ। ସେପ୍ଟେମ୍ବର ୧୭ ତାରିଖରେ ଧର୍ମଗଡରୁ ନିଖୋଜ ହୋଇଗଲେ ଜଣେ ଯୁବତୀ। ଏନେଇ ଧର୍ମଗଡ଼ ଥାନାରେ ଏକ ଅପହରଣ ମାମଲା ଦାୟର କଲେ ଯୁବତୀଙ୍କ ବାପା। କଳାହାଣ୍ଡି ସାଇବର ସେଲର ଅନୁସନ୍ଧାନ ପରେ ଜଣାପଡିଲା ପଶ୍ଚିମବଙ୍ଗରେ ଅଛନ୍ତି ନିଖୋଜ ଯୁବତୀ। ଧର୍ମଗଡ଼ ଥାନାର ଏକ ଟିମ ଯାଇ ନିଖୋଜ ଯୁବତୀ ଏବଂ ପ୍ରେମ ଜାଲରେ ଫାସାଇ ଥିବା ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଯୁବତୀଙ୍କ ଘର ପଶ୍ଚିମବଙ୍ଗର ନଦିଆ ଅଞ୍ଚଳରେ। ନଦିଆରୁ ସେ ବୁଣିଥିଲା ପ୍ରେମର ମଞ୍ଜି। ତା ପ୍ରେମରେ ଏତେ ଆକର୍ଷଣ ଥିଲା ଯେ ଧର୍ମଗଡ଼ରୁ ସେ ପ୍ରେମିକକୁ କାବୁ କରୁଥିଲା। ତେବେ ସମଲିଙ୍ଗ ସମ୍ପର୍କ ପାଇଁ ନା ଅନ୍ୟ କେଉଁ ଉଦ୍ଦେଶ୍ୟ ପାଇଁ ସେ ଯୁବତୀଙ୍କୁ ନେଇଥିଲା ସେନେଇ ଅଧିକ ତଦନ୍ତ ଚାଲିଛି।